ବୀରମହାରାଜପୁର : ସୁବର୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଗଣ୍ଡlବlହାଲ ର ଗଣ୍ଡାପଡା ବାସି ଘର ପଟ୍ଟାପାଇଁ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଙ୍କୁ ଆଜି ଅଭିଯୋଗ କରିଥିଲେ l ହରିଜନ ପଡl ର ଗୋବିନ୍ଦ ଦାଶ ତରେଇ ଙ୍କ କହିବା ଅନୁସାରେ ଏହି ପଡl ରେ 66 ପରିବାର ବସବlସ କରୁ ଥିବା ବେଳେ ଦେଶସ୍ୱାଧୀନ ହେଵା ପୂର୍ବରୁ ଏହି ସ୍ଥାନରେ ସେମାନେ ବସତି ସ୍ଥାପନ କରି ଆସୁଛନ୍ତି l ଘର ପଟ୍ଟା ପାଇଁ ପୂର୍ବ ତହସିଲଦାର ପୁର୍ଣଚନ୍ଦ୍ର ନାୟକ କୁ ଅଭିଯୋଗ କରି ଥିବାବେଳେ ପରେ ପୂର୍ବ ଜିଲ୍ଲପାଳ ଆବୋଲି ସୁନୀଲ ନରୱଣେ କୁ ଅଭିଯୋଗ କରିବା ଫଳରେ ସାତ ଦିନ ଭିତରେ ଘର ପଟ୍ଟା ଦେବା ପାଇଁ ତହସିଲଦାର ଙ୍କୁ କହିଥିଲେ l ପରେ ତହସିଲଦାର ବଦଳି ହେଵା ପରେ ନୁଆଁ ତହସିଲଦାର ଆସିଥିଲେ ହେଲେ ଆଜି ପର୍ଯନ୍ତ କିଛି ହେଲା ନାହିଁ l ଏବେ ପୁଣି ନୁଆଁ ଉଲୁଣ୍ଡା ତହସିଲଦାର ଦିଲ୍ଲୀପ କୁମାର ମାଝୀ କୁ କହିବାରୁ ପଡା ର 15 ଜଣ କୁ ନୋଟିସ କରିଛନ୍ତି ବାକି ଲୋକ କୁ ନୋଟିସ କରି ନାହାନ୍ତି l ଏ ନେଇ ଆଜି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା କୁ ଆପତ୍ତି କରିଥିଲେ ପଡାବାସି l ଏବେ ନୁଆଁ ଜିଲ୍ଲାପାଳ ଯୋଗଦାନ କରିଥିବା ରୁ ଏ ବିଷୟରେ ତାଙ୍କ ସହିତ ଆଲୋଚନା କରି ସମସ୍ୟା ର ସମାଧାନ କରାଯିବ ବୋଲି ପଡା ବାସି ଙ୍କୁ ପ୍ରତିଶୃତି ଦେଇ ଥିଲେ ବିଧାୟକ l
ଘରପଟ୍ଟା ପାଇଁ ବିଧାୟକ ଙ୍କୁ ଗୁହାରି କଲେ ଉଲୁଣ୍ଡା, ଗଣ୍ଡା ବାହାଲ ପଡା ବାସୀ
