Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାତାଳୀ ଶ୍ରୀକ୍ଷେତ୍ର ରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ତା ବ୍ଲକ ସ୍ଥିତ କୋଟସମଲାଏ ପାତାଳି ଶ୍ରୀକ୍ଷେତ୍ର ସମେତ ବୀରମହାରାଜପୁର ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ମାନଙ୍କରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର କୋଟ ସମଲାଇର ପାତାଳି ଶ୍ରୀକ୍ଷେତ୍ରଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟସ୍ନାନ ପର୍ବ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଛି । ତ୍ରିକୂଟ ପାହାଡର ଛଳିଆ ଶିଖରସ୍ଥିତ ମନ୍ଦିର ଗମ୍ଭିରିରୁ ଗୋଟି ପହଣ୍ଡିରେ ଦାରୁଦିଅଁ ମାନଙ୍କୁ ସ୍ନାନ ମଣ୍ଡପକୁ ଆଣି ନୀତିକାନ୍ତି ପରେ ସ୍ନାନ କରାଯାଇଥିଲା । ପାହାଡ଼ ପାଦଦେଶର ତ୍ରିକୂଟ କୂଅରୁ ସଂଗୃହୀତ ୧୦୮ ଗରା ସୁବାସିତ ଜଳରେ ଠାକୁର ମାନଙ୍କର ସ୍ନାନ କରାଯାଇଥିବାବେଳେ ଶ୍ରୀ ବଳଭଦ୍ର ଙ୍କୁ 33 ଗରା,ଦେବୀ ସୁଭଦ୍ରାଙ୍କୁ 22 ଗରା, ଶ୍ରୀ ଜଗନ୍ନାଥ ଙ୍କୁ 35 ଗରା ଓ ଶ୍ରୀ ସୁଦର୍ଶନଙ୍କୁ 18 ଗରା ସୁବାସିତ ଜଳରେ ସ୍ନାନ ପୂର୍ବକ ଆଳତୀ ଆଦି କରାଯାଇଥିଲା । ସ୍ନାନ ପରେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଗଜାନନ ବେଶ କରି ଶୃଙ୍ଗାର କରାଯାଇ ଭୋଗ ଲଗାଇ ଆଳତୀ କରାଯାଇଥିଲା। ଏଥିରେ ପଣ୍ଡିତ ବିଶ୍ୱେଶ୍ଵର ପାଢ଼ୀ, ଦେବାର୍ଚ୍ଚନ ଦାସ, ଗୁଣା କର ପଣ୍ଡା, ଶ୍ରୀରାମ ପଣ୍ଡା ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ଅନ୍ଯ ପଟେ ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ବିମଳେନ୍ଦୁ ରାଏ, ଉନ୍ନୟନ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର, ଉଲୁଣ୍ଡା ବିଡ଼ିଓ କରିସ୍ମା ଭେଶ୍ରା ପ୍ରମୁଖ ଠାକୁରଙ୍କ ଦର୍ଶନ କରିଥିଲେ। ସଂକୀର୍ତନ, ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳିରେ ପରିବେଶ ଉତ୍ସବ ମୁଖର ହୋଇଉଠିଥିଲା। ଏଥି ସହିତ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ସ୍ନାନ ଏବଂ ଗଜାନନ ବେଶ ଦର୍ଶନ କରିବା ପାଇଁ ଦୁର ଦୁରାନ୍ତରୁ ଆସିଥିଲେ। ସେହିପରି ଉଲୁଣ୍ଡା ଅଞ୍ଚଳରେ ଥିବା ଅନେକ ଜଗନ୍ନାଥ ମନ୍ଦିର ଗୁଡିକରେ ମଧ୍ଯ ଆଜି ପାରମ୍ପରିକ ଭାବରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।