Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିଲିକାକୁ ମାଛ ଧରିବାକୁ ଯାଇ ନାବାଳକ ନିଖୋଜ! ଅପହରଣ ନେଇ ବଢ଼ିଲା ସନ୍ଦେହ

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ମଝି ଚିଲିକାରୁ ଜଣେ ନାବାଳକ ନିଖୋଜ ହୋଇଯିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଚିଲିକା ଭିତରକୁ ମାଛ ଧରିବାକୁ ଯାଇଥିବା ବେଳେ ନାବାଳକ ଜଣକ ହଠାତ୍ ନିଖୋଜ ହୋଇଯାଇଥିବା ବେଳେ, ତାଙ୍କୁ କେହି ଅପହରଣ କରି ନେଇଥିବା ସନ୍ଦେହ କରାଯାଉଛି। ତେବେ ନାବାଳକଙ୍କୁ କିଏ ଓ କେଉଁ ପରିସ୍ଥିତିରେ ନେଇଯାଇଛି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ହୁମା ଅଞ୍ଚଳର ଏହି ନାବାଳକ ଜଣକ କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ସନ୍ଧ୍ୟାରେ ସେ ଚିଲିକା ମଧ୍ୟକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ଏହାପରେ ତାଙ୍କର କୌଣସି ଖୋଜଖବର ମିଳିନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନାବାଳକଙ୍କ ସନ୍ଧାନ ନମିଳିବାରୁ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ କୃଷ୍ଣପ୍ରସାଦ ପୁଲିସ ପକ୍ଷରୁ ଚିଲିକାରେ ଖୋଜାଖୋଜି ଆରମ୍ଭ ହୋଇଛି। ଥାନା ଆଇଆଇସି ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ପୁଲିସର ଏକ ଟିମ୍ ଚିଲିକାର ବିଭିନ୍ନ ଅଞ୍ଚଳରେ ପଇଁତରା ମାରି ନାବାଳକଙ୍କୁ ଖୋଜୁଛି। ଅପହରଣ ନେଇ ଉଠିଥିବା ସନ୍ଦେହକୁ ମଧ୍ୟ ପୁଲିସ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛି। ତେବେ ନାବାଳକଙ୍କ ସନ୍ଧାନ ମିଳିବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories