ଟିକିଲିପଡ଼ା ଏସଏସଡି କନ୍ୟାଶ୍ରମ ଉଚ୍ଚ ବିଦ୍ୟାଳୟରେ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ୍ ଟିକିଲିପଡ଼ା ସ୍ଥିତ ସରକାରୀ ଏସଏସଡି କନ୍ୟାଶ୍ରମ ଉଚ୍ଚ ବିଦ୍ୟାଳୟ (Govt. SSD Girls High School, Tikilipada) ଠାରେ ଆଜି ଅଙ୍ଗଷ୍ଟ ୧୧ ତାରିଖ ମଙ୍ଗଳବାର ଦିନ ଅପରାହ୍ନ ସାଢ଼େ ୧୨ଟା ସମୟରେ ଏକ ସାଇବର ସୁରକ୍ଷା ସଚେତନତା ଶିବିର (Cyber Safety Campaign) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ସଚେତନତା କାର୍ଯ୍ୟକ୍ରମଟି ଜମନକିରା ପୋଲିସ ଥାନା ପକ୍ଷରୁ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଜମନକିରା ଥାନା ଅଧିକାରୀ ରଞ୍ଜନ ନାଗ ଏବଂ ପୋଲିସ ପ୍ରଶାସନର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ସାଇବର ଅପରାଧ, ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର, ସୋସିଆଲ ମିଡିଆ ସଚେତନତା, ଏବଂ ଅନଲାଇନ୍ ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିହେବ ସେ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ।
ଏହି ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଲଜିତା ଧଳଙ୍କ ସମେତ ବିଦ୍ୟାଳୟର ସହକାରୀ ଶିବଶଙ୍କର ଦାଶ, ମୋହନ ଆହାଦର, ପ୍ରିୟ ରଞ୍ଜନ ସାଥୁଆ, ମଧୁସ୍ମିତା ଦାଶ, ଦୀପା ଗୁରୁ, ବିଷ୍ଣୁପ୍ରିୟା ସାହୁ, ଅଭିନାଶ ବାଘ, ଦିପେଶ ପଟେଲ, କିଶୋର ନାୟକ, ଦେବାଶିଷ ପଟେଲ ପ୍ରମୁଖ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରୀ ଏହି ସଚେତନତା ଶିବିରରେ ଉତ୍ସାହର ସହ ଅଂଶଗ୍ରହଣ କରି ସାଇବର ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆହରଣ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ନିରଞ୍ଜନ ସିଟ୍ ଧନ୍ୟବାଦ ଅର୍ପଣ କରିଥିଲେ।

