Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟଦେବ ବିହାରରେ କୋରିୟର କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ! ଜଳି ପୋଡି ପାଉଁଶ ହେଲା ଅନେକ ପାର୍ସଲ୍‌

ଭୁବନେଶ୍ୱର: ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳରେ ଥିବା ଏକ କୋରିୟର କମ୍ପାନିରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଞ୍ଜନୀ କୋରିୟର ସର୍ଭିସରେ ହଠାତ୍‌ ନିଆଁ ଲାଗିବା ପରେ ଅଳ୍ପ ସମୟ ମଧ୍ୟରେ ଏହା ଦ୍ରୁତଗତିରେ ବ୍ୟାପିଯାଇଥିଲା। ଫଳରେ କମ୍ପାନିରେ ରହିଥିବା ବହୁ ପାର୍ସଲ୍‌ ଓ କୋରିୟର ସାମଗ୍ରୀ ଜଳି ନଷ୍ଟ ହୋଇଥିବା ଜଣାପଡ଼ିଛି।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟର ଅପରେସନ୍‌ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ସମୟୋଚିତ ପଦକ୍ଷେପ ଯୋଗୁଁ ନିଆଁ ନିକଟସ୍ଥ ଦୋକାନ ଓ ଅନ୍ୟ ସଂସ୍ଥାକୁ ବ୍ୟାପିବାରୁ ରୋକାଯାଇପାରିଥିଲା। ତେବେ ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଅନ୍ୟପଟେ, ଅଗ୍ନିକାଣ୍ଡରେ କେତେ ପରିମାଣର ସାମଗ୍ରୀ ନଷ୍ଟ ହୋଇଛି, ତାହାର ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ। ନିଆଁ ଲାଗିବାର ପ୍ରକୃତ କାରଣ ମଧ୍ୟ ଜଣାପଡ଼ିନଥିବା ବେଳେ ସର୍ଟ ସର୍କିଟ୍‌ ନା ଅନ୍ୟ କୌଣସି କାରଣରୁ ଏହା ଘଟିଛି, ସେନେଇ ଯାଞ୍ଚ ଆରମ୍ଭ ହୋଇଛି। କ୍ଷୟକ୍ଷତିର ପରିମାଣ ଓ ଅଗ୍ନିକାଣ୍ଡର ସଠିକ୍‌ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories