Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିବ CJP! ଅଗଷ୍ଟ ୨୯ରେ CJP ଓଡ଼ିଶା ଆସିବା ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ଆଗାମୀ ଅଗଷ୍ଟ ୨୯ ତାରିଖରେ ଓଡ଼ିଶା ଆସିବାକୁ ଯାଉଛି କକରୋଚ୍ ଜନତା ପାର୍ଟି (CJP)। ଦଳ ସହ ଜଡ଼ିତ ଅଭିଜିତ ଦୀପକେଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। CJPର ଏହି ଓଡ଼ିଶା ଗସ୍ତକୁ ନେଇ ଦଳର ସମର୍ଥକ ଓ ଅନୁଗାମୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ିଛି।

ସୂଚନା ଅନୁସାରେ, ଅଗଷ୍ଟ ୨୯ରେ CJPର ଓଡ଼ିଶା ଗସ୍ତ ସମୟରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ଆଲୋଚନା କରାଯିବା ନେଇ ପ୍ରସ୍ତୁତି ଚାଲିଛି। ରାଜ୍ୟରେ ଦଳର ଭବିଷ୍ୟତ ରଣନୀତି, ସମର୍ଥକଙ୍କ ସହ ଯୋଗାଯୋଗ ଏବଂ ସାଙ୍ଗଠନିକ ବିସ୍ତାରକୁ ନେଇ ଆଲୋଚନା ହୋଇପାରେ। ତେବେ ଗସ୍ତ ସମୟରେ କେଉଁ ସ୍ଥାନରେ କାର୍ଯ୍ୟକ୍ରମ ହେବ ଏବଂ କେଉଁମାନେ ଏଥିରେ ସାମିଲ ହେବେ, ସେନେଇ ବିସ୍ତୃତ ସୂଚନା ଅପେକ୍ଷାରେ ରହିଛି।

ଅନ୍ୟପଟେ, ଦିଲ୍ଲୀରେ CJPର ବୈଠକ ପାଇଁ ସ୍ଥାନ ଖୋଜିବା ଏବଂ ସେଠାରେ ସ୍ଥାନୀୟ ଲୋକଙ୍କ ବିରୋଧକୁ ନେଇ ନିକଟରେ ଅଭିଜିତ ଦୀପକେଙ୍କ ନାମ ଚର୍ଚ୍ଚାରେ ରହିଥିଲା। ଏବେ ଅଗଷ୍ଟ ୨୯ରେ ଓଡ଼ିଶା ଗସ୍ତ ଖବର ପରେ CJPର ରାଜ୍ୟ ଗସ୍ତକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଓଡ଼ିଶାରେ CJP କିଭଳି କାର୍ଯ୍ୟକ୍ରମ କରିବ ଏବଂ ଏହି ଗସ୍ତରେ କେଉଁ ବଡ଼ ଘୋଷଣା ହେବ, ତାହା ଉପରେ ଏବେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories