Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମୋ ପିଲା ଅସୁସ୍ଥ, ସମୟର କଣ କିଛି ମୂଲ୍ୟ ନାହିଁ!’ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ଫ୍ଲାଇଟ୍ ବାତିଲକୁ ନେଇ ମହିଳାଙ୍କ ହଙ୍ଗାମା

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନ ବାତିଲକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗୁରୁବାର ଅପରାହ୍ନ ୨ଟା ୩୫ରେ ଉଡ଼ାଣ ଭରିବାକୁ ଥିବା ବିମାନଟି ପ୍ରାୟ ୩ ଘଣ୍ଟା ପରେ, ଅର୍ଥାତ ସନ୍ଧ୍ୟା ୫ଟା ୩୦ରେ ବାତିଲ ହୋଇଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ବିମାନ ବାତିଲ ନେଇ ସମୟରେ ସୂଚନା ନମିଳିବାରୁ ଅନେକ ଯାତ୍ରୀ ଦୀର୍ଘ ସମୟ ଧରି ବିମାନବନ୍ଦରରେ ଅପେକ୍ଷା କରିଥିଲେ।

ଏହି ଘଟଣାକୁ ନେଇ ଜଣେ ମହିଳା ଯାତ୍ରୀ ଏୟାରଲାଇନ୍ସ କାଉଣ୍ଟର ନିକଟରେ ହଙ୍ଗାମା କରିଥିବା ଭିଡିଓ ଏବେ ଭାଇରାଲ୍ ହୋଇଛି। ଭିଡିଓରେ ସେ କର୍ମଚାରୀଙ୍କ ଉପରେ ରାଗିଯାଇ କହୁଥିବା ଶୁଣିବାକୁ ମିଳୁଛି, ‘ମୋ ପିଲା ଅସୁସ୍ଥ, ଆପଣମାନଙ୍କ ପାଇଁ ସମୟର କିଛି ମୂଲ୍ୟ ନାହିଁ।’ ଏହାପରେ ସେ କାଉଣ୍ଟର ଉପରେ ଥିବା ଟେଲିଫୋନ୍‌କୁ ଉଠାଇ ତଳେ ପକାଇ ଦେଇଥିବା ଦୃଶ୍ୟ ମଧ୍ୟ ଭିଡିଓରେ ରହିଛି। ତେବେ ଇଣ୍ଡିଗୋ ଫ୍ଲାଇଟ୍ କୁ ନେଇ ଏହି ସମସ୍ୟା ନୂଆ ନୁହଁ ଆଗରୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ | ଏନେଇ ଭଲ ଭାବେ ଯାଞ୍ଚ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ଇଣ୍ଡିଗୋ ବିମାନ କମ୍ପାନୀ ଅଧିକାରୀଙ୍କୁ | ତଥାପି ଇଣ୍ଡିଗୋ ବିମାନକୁ ନେଇ ସମସ୍ୟା ଲାଗି ରହିଛି |

ଅନ୍ୟ ଯାତ୍ରୀମାନେ ମଧ୍ୟ ବିମାନ ବାତିଲ ଓ ସୂଚନା ଦେବାରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଧ୍ୟ ଅନେକ ଯାତ୍ରୀ ବିକଳ୍ପ ଯାତ୍ରା ବ୍ୟବସ୍ଥା ନେଇ ସ୍ପଷ୍ଟ ସୂଚନା ପାଇନଥିବା ଅଭିଯୋଗ କରିଛନ୍ତି। ତେବେ ବିମାନଟି କାହିଁକି ବାତିଲ ହେଲା, ସେନେଇ ତୁରନ୍ତ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories