Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ଆଜୀବନ ଜେଲ୍, ପୀଡ଼ିତାଙ୍କୁ ୭ ଲକ୍ଷ କ୍ଷତିପୂରଣ

ଅନୁଗୋଳ: ଅନୁଗୋଳରେ ୭ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ୨୨ ବର୍ଷୀୟ ସତ୍ୟବ୍ରତ ମିଶ୍ର ଓରଫ୍‌ କାଳିଆକୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ଅନୁଗୋଳ ପୋକ୍ସୋ ତଥା ଫାଷ୍ଟ ଟ୍ରାକ୍‌ କୋର୍ଟ ଏହି ଦଣ୍ଡାଦେଶ ଦେବା ସହ ତାଙ୍କ ଉପରେ ୩୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି।

ମାମଲା ଅନୁଯାୟୀ, ୨୦୨୫ ମେ’ ୧୯ ତାରିଖରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ ପରିବାର ଜାଣିବା ପରେ ଅନୁଗୋଳ ଥାନାରେ ଅଭିଯୋଗ ହୋଇଥିଲା। ମାମଲାର ଶୁଣାଣି ସମୟରେ ୧୩ ଜଣ ସାକ୍ଷୀ ଓ ୩୮ଟି ଦସ୍ତାବିଜ ଆଧାରରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଏହାସହ ପୀଡ଼ିତା ନାବାଳିକାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ଦୋଷୀଙ୍କୁ କଠୋର ଦଣ୍ଡ ମିଳିଥିବା ବେଳେ, ପୀଡ଼ିତାଙ୍କ ପୁନର୍ବାସ ଓ ସହାୟତା ପାଇଁ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories