Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନାଗା ରେଳ ଦୁର୍ଘଟଣା ରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବୀରମହାରାଜପୁର ରେ ବିଜେପିର କ୍ଯାଣ୍ଡେଲ ଶୋଭାଯାତ୍ରା

ବୀରମହାରାଜପୁର : ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣା ରେ ମୃତକଙ୍କ ଆତ୍ମା ର ସଦଗତି କାମନା କରି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ରେ ଭାଜପା ଦଳ ତରଫରୁ ମହମବତୀ ଶୋଭାଯାତ୍ରା କରିଥିଲେ l ସ୍ଥାନୀୟ ସାମ୍ବାଦିକ ସଙ୍ଘ ଠାରୁ ଏଜ କ୍ଯାଣ୍ଡେଲ ଶୋଭାଯାତ୍ରା ବାହାରି ବୀରମହାରାଜପୁର ଛକ ପର୍ଯ୍ୟନ୍ତ ପହଞ୍ଚି ସେଠାରେ ନିରବ ପ୍ରାର୍ଥନା କରାଯାଥିଲା l ପୂର୍ବତନ ଜିଲା ପରିଷଦ ସଦସ୍ୟ ଆନନ୍ଦ ବାରିକ ଙ୍କ ନେତୃତ୍ୱ ରେ ଉକ୍ତ ଶୋଭାଯାତ୍ରା ରେ ସାଂସଦ ଙ୍କ ପ୍ରତିନିଧି ନଳିନୀ ପଣ୍ଡା, ଇଂ. ଆଶ୍ରୟ ମହାନନ୍ଦ, ପୂର୍ବତନ ମଣ୍ଡଳ ସଭାପତି ରାଧାଚରଣ ମେହେର,ଦିଲ୍ଲୀପ ପଧାନ, ସୁରୁବାବୁ ସାହୁ,ମଣ୍ଡଳ ଉପସଭାପତି ଭୁଲା ଶଙ୍କର ବାଘ, ସନତ କୁମାର ହୋତା, ପଙ୍କଜ ନାୟକ, ସେନାପତି ଭୋଇ, କରମୁ କଳତା ପ୍ରମୁଖ ସାମିଲ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ