Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ନବୀନ ନିବାସରେ ବିଜେଡିର ବଡ଼ ବୈଠକ: ସରକାରଙ୍କୁ ଘେରିବାକୁ ରଣନୀତି ଉପରେ ହେବ ଆଲୋଚନା

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ବିଜେଡି ପୁଣି ସକ୍ରିୟ ହେଉଥିବା ବେଳେ ଆଜି ନବୀନ ନିବାସରେ ବସିଛି ଦଳର ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟାପାର କମିଟି ବୈଠକ। ଅପରାହ୍ନ ୫ଟାରେ ହୋଇଥିବା ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ଯୋଗଦେବେ। ଆଗାମୀ ଦିନରେ ଦଳର ରାଜନୈତିକ ଆଭିମୁଖ୍ୟ ଓ ବିଭିନ୍ନ ଜନସମସ୍ୟାକୁ ନେଇ ଦଳୀୟ ରଣନୀତି କ’ଣ ରହିବ, ସେନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ବୈଠକରେ ବିଶେଷକରି ଚାଷୀ ସମସ୍ୟା, ରାଜ୍ୟର ଶିକ୍ଷା ବ୍ୟବସ୍ଥା ଏବଂ କେନ୍ଦ୍ରର MMDR ସଂଶୋଧିତ ଆଇନ ଭଳି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ। ଏହି ପ୍ରସଙ୍ଗଗୁଡ଼ିକୁ ନେଇ ସରକାରଙ୍କ ଉପରେ ରାଜନୈତିକ ଚାପ ବଢ଼ାଇବା ସହ ବିଧାନସଭା ଓ ରାଜ୍ୟସ୍ତରରେ ଦଳର ପକ୍ଷରୁ କିପରି ମୁଦ୍ଦା ଉଠାଯିବ, ସେନେଇ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇପାରେ।

ବିଶେଷକରି ଚାଷୀଙ୍କ ସମସ୍ୟାକୁ ନେଇ ବିଜେଡି ସରକାରଙ୍କ ନୀତି ଓ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇବାକୁ ଚାହୁଁଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ବିଭିନ୍ନ ସମସ୍ୟାକୁ ରାଜନୈତିକ ମୁଦ୍ଦା କରିବା ନେଇ ଦଳ ଆଲୋଚନା କରିପାରେ। ଅନ୍ୟପଟେ MMDR ସଂଶୋଧିତ ଆଇନକୁ ନେଇ ରାଜ୍ୟର ଖଣିଜ ସମ୍ପଦ, ରାଜସ୍ୱ ଓ ରାଜ୍ୟର ସ୍ୱାର୍ଥ ଉପରେ ଏହାର ପ୍ରଭାବ ସମ୍ପର୍କରେ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିପାରେ।

ଦଳର ସାଂଗଠନିକ ଓ ରାଜନୈତିକ ସ୍ଥିତିକୁ ଆହୁରି ମଜବୁତ କରିବା ସହ ତୃଣମୂଳସ୍ତରରେ ଦଳକୁ ସକ୍ରିୟ କରିବା ନେଇ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ବିରୋଧୀ ଦଳ ଭାବେ ବିଜେଡି କେଉଁ ପ୍ରସଙ୍ଗକୁ ଆଗକୁ ନେବ ଏବଂ ସରକାରଙ୍କୁ କେଉଁ ମୁଦ୍ଦାରେ ଘେରିବ, ତାହା ଉପରେ ଆଜିର ବୈଠକରୁ ଦଳୀୟ ଦିଗ ସ୍ପଷ୍ଟ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories