ୟୁନିଅନ ବ୍ୟାଙ୍କ ଅସ୍ତରଙ୍ଗ ଶାଖା ପକ୍ଷରୁ ଋଣ ମେଳା
ଅସ୍ତରଙ୍ଗ ୧୪/୮,ଅସ୍ତରଙ୍ଗ ବ୍ଲକ ରେ ଥିବା ୧୧ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ନେଇ ମା ଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ଅସ୍ତରଙ୍ଗ ୟୁନିୟନ ବ୍ୟାଙ୍କ ଶାଖା ପକ୍ଷରୁ ଏକ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରତାପ ବିଶ୍ୱାଳ ଏବଂ ହରିହର ମହାନ୍ତିଙ୍କ ତତ୍ୱାବଧାନ ରେ ଆୟୋଜନ ହୋଇଥିବା ଏହି ମେଳାରେ ଡିଜିଏମ ତୁଷାର କାନ୍ତ କର, ଅସ୍ତରଙ୍ଗ ଶାଖାର ପରିଚାଳକ ତବ୍ଲୁ ରାମ, ଶହ ପରିଚାଳକ ଜିତେଶ ଗୋଗେଇ, ବରିଷ୍ଠ କ୍ୟାସିଆର ଅଜିତ ନାୟକ, କ୍ୟାସିୟର ପିଣ୍ଟୁ ଗୁରୁ, ମହିଳା ମହାସଂଘ ର ସଭାପତି ମିନତୀ ମୁରୁଣୀ, ସଂପାଦକ ପୁଷ୍ପାଞ୍ଜଳି ରାଉତ ଯୋଗ ଦେଇ ମହିଳା ଗୋଷ୍ଠୀ ମାନେ କିପରି ବ୍ୟାଙ୍କ ରୁ ଋଣ ନେଇ ବିଭିନ୍ନ କାମରେ ଲଗାଇ ନିଜ ନିଜ ଗ୍ରୁପ କୁ ସଶକ୍ତ କରିବେ ସେହି ବିଷୟରେ ଉପସ୍ଥିତ ଗୁପ ମହିଳା ମାନଙ୍କୁ ବୁଝାଇବା ସହିତ ଯୋଗ ଦେଇଥିବା ୧୧ଟି ଗ୍ରୁପକୁ ଉପରୋକ୍ତ ଅତିଥି ମାନଙ୍କ ଦ୍ୱାରା ୭୦ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ଋଣ ଆକାରରେ ପ୍ରଦାନ କରିଥିଲେ। ଏହି ମେଳାରେ ମଞ୍ଚ ପରିଚାଳନା କରିଥିବା ବରିଷ୍ଠ କ୍ୟାସିୟର ଅଜିତ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

