Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ବର୍ଷାରେ ଭାଙ୍ଗିଲା ଘର: ରେଙ୍ଗାଲବେଡ଼ାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ରବି ନାରାୟଣ ନାଏକ, ତୁରନ୍ତ ସହାୟତା ପାଇଁ ପ୍ରଶାସନକୁ ଦେଲେ ନିର୍ଦ୍ଦେଶ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ଗ୍ରାମ ପଞ୍ଚାୟତର ରେଙ୍ଗାଲବେଡ଼ା ଗ୍ରାମରେ ପ୍ରବଳ ଲଗାଣ ବର୍ଷା ଯୋଗୁଁ ଏକ ବାସଗୃହ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଛି। ଘରର ଖପର ଛାତ ଓ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଗରିବ ପରିବାରଟି ବାସହରା ହୋଇ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଏହି ଦୁଃଖଦ ଖବର ପାଇବାକ୍ଷଣି ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଶ୍ରୀ ନାଏକ ଗ୍ରାମର କାଦୁଅ ସନ୍ତସନ୍ତିଆ ରାସ୍ତା ଦେଇ ନିଜେ କ୍ଷତିଗ୍ରସ୍ତ ପରିବାର ନିକଟରେ ପହଞ୍ଚିଥିଲେ। ଭାଙ୍ଗି ଯାଇଥିବା ଘରର ସ୍ଥିତି ବୁଲି ଦେଖିବା ସହ ପ୍ରଭାବିତ ପରିବାରର ଲୋକଙ୍କ ସହ କଥା ହୋଇ ସେମାନଙ୍କ ଦୁଃଖ ବୁଝିଥିଲେ ଏବଂ ଏହି ବିପର୍ଯ୍ୟୟ ସମୟରେ ସରକାର ସେମାନଙ୍କ ସହିତ ଅଛନ୍ତି ବୋଲି ଦୃଢ଼ ଆଶ୍ୱାସନା ଦେଇଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ସ୍ଥାନୀୟ ବ୍ଲକ ତଥା ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। କ୍ଷୟକ୍ଷତିର ତୁରନ୍ତ ଆକଳନ କରି ପ୍ରଭାବିତ ପରିବାରକୁ ତୁରନ୍ତ ରିଲିଫ୍ ସାମଗ୍ରୀ, ପଲିଥିନ୍ ଏବଂ ଆବଶ୍ୟକୀୟ ଆର୍ଥିକ ତଥା ଥଇଥାନ ସହାୟତା ଯୋଗାଇଦେବା ସହ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷେତ୍ର ପରିଦର୍ଶନ ସମୟରେ ମନ୍ତ୍ରୀଙ୍କ ସହିତ ସ୍ଥାନୀୟ ଜନପ୍ରତିନିଧି, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories