ବାମଣ୍ଡ ଷ୍ଟେଟ୍ ସଂଗ୍ରାଳୟ ନିମନ୍ତେ ଦେବଗଡ଼ ଜିଲ୍ଲା ବିକାଶ ଭବନରେ ପ୍ରସ୍ତୁତି ବୈଠକ
ଜମନକିରା : ପ୍ରସ୍ତାବିତ ସଂଗ୍ରହାଳୟ ସ୍ଥାପନ ନିମନ୍ତେ ଏକ ଆଲୋଚନା ସଭା ଆଜି ବୁଧବାର ଦିନ ଜ଼ିଲ୍ଲାପାଳଙ୍କ ବିକାଶ ସମିଳନୀ କକ୍ଷରେ, ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ, ଅତୀତ ଗଡ଼ଜାତ ରାଜ୍ୟ ବାମଣ୍ଡା ବିଷୟରେ ଏହି ମୁଜିୟମରେ ସରଂକ୍ଷଣ ହେବା ଅନିର୍ଵାର୍ଯ୍ୟ ହେଉଥିବାରୁ ବାମଣ୍ଡାର ଏକ ପ୍ରମୁଖ ଅଂଶ କୁଚିଣ୍ଡା ସବ ଡିଭିସନକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ତେଣୁ ଆଜିର ବୈଠକରେ କୁଚିଣ୍ଡା ଅଂଚଳର ଅନେକ ବୁଦ୍ଧିଜୀବୀ ଆସି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକରେ ଅନେକ ଐତିହାସିକ ତଥ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ପ୍ରଥମଥର ପାଇଁ ଦେବଗଡ଼ ଜ଼ିଲ୍ଲାର ତିନି ବ୍ଲକରୁ ଅନେକ ବୁଦ୍ଧିଜୀବୀ ବୈଠକରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକରେ ଦେବଗଡ଼ ଏସପି. କିଶୋରଚନ୍ଦ୍ର ମୁଣ୍ଡ, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, କୁଚିଣ୍ଡା ଉପଖଣ୍ଡରୁ ସୁବାଷ ନାୟକ, ରବୀନ୍ଦ୍ର ପ୍ରସାଦ ଦାନୀ, ପିଛାଳୁ ଭୋଇ, ସାଲେକରାମ ପଧାନ, ସରୋଜ ପଟ୍ଟନାୟକ, ସତ୍ୟନାରାୟଣ ପଟେଲ, ମଳୟ ବେହେରା ଯୋଗ ବିହାରୀ ପରିଡା, ବନମାଳୀ ନାୟକ, ଶାନ୍ତନୁ ସାହୁ, ରତନଲାଲ ସିଂହ, ପ୍ରମୋଦ ଝାଙ୍କର, ବିଶ୍ୱନାଥ ଭୋଇ, ବିଭୁତି ଗଙ୍ଗଦେବ, ସନ୍ତୋଷ ସାହୁ ରହିତାଶ୍ୱ ପ୍ରଧାନ ପବିତ୍ର ମୋହନ ପ୍ରଧାନ, ପବିତ୍ର ନାୟକ, କିଶୋର କୁମାର ପ୍ରଧାନ ବିଷ୍ଣୁ ବାରିକ, ଅଶୋକ ନନ୍ଦ, ହେମନ୍ତ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ଲଷ୍ମଣ ପ୍ରଧାନ, ଦିଲୀପ ଗୁରୁ, ମନୋଜ ପାଢ଼ୀ, ସୁଧୀର କପରଦାରଙ୍କ ସମେତ ଦେବଗଡ଼ ଜିଲ୍ଲା ତଥା ଅବିଭକ୍ତ ସମ୍ବଲପୁର ଜିଲ୍ଲାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଅନେକ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

