Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଟ୍ୟମହର୍ଷି ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଉତ୍ସବ ସହ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ଜମନକିରା : ପଶ୍ଚିମ ଓଡ଼ିଶାରେ ନାଟ୍ୟମହର୍ଷି ଭାବରେ ଖ୍ୟାତନାମା ଗୁରୁ ଶ୍ରୀ ଭଗବାନ ସାହୁଙ୍କ ୯୩ ତମ ଜୟନ୍ତୀ ସ୍ଥାନୀୟ ଆଦିବାସୀ ଭବନ ଠାରେ ଆଜି ପାଳନ କରାଯାଇଛି। ଅନୁଷ୍ଠିତ ଜୟନ୍ତୀ ପାଳନ ଅବସରରେ ସାମାଜିକ ଓ ସାଂସ୍କୃତିକ ପରିଷଦର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଉତ୍ସବରେ ବକ୍ତାଗଣ ଭଗବାନ ସାହୁଙ୍କ ସ୍ମୃତି ଚାରଣ କରିଥିଲେ। ତାଙ୍କ ଅମର ଲେଖନୀ ଓ ନିର୍ଦ୍ଦେଶନାରେ ରଚିତ ସମ୍ୱଳପୁରୀ ନାଟକ ମାଧ୍ୟମରେ ଵୀର ସୁରେନ୍ଦ୍ର ସାଏଙ୍କୁ କିପରି ଜାତୀୟ ବୀର ଭାବରେ ପରିଣତ କରିପାରିଥିଲେ ସେନେଇ ଆଲୋକପାତ କରିଥିଲେ। ଏଥିସହ ଗୋଟିଏ ଦିନରେ ନୂଆଁଖାଇ ଉତ୍ସବ କରାଇବାରେ ତାଙ୍କର କିପରି ଅବଦାନ ରହିଥିଲା, ସେ ସଂପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ କବିୟତ୍ରୀ ରଜନୀ ପଟେଲ, ପଙ୍କଜିନି ନାୟକ, ଯୁବକବି ଅସୀମ ପଟେଲ ପ୍ରମୁଖ ସ୍ବରଚିତ କବିତା ପାଠ ମାଧ୍ୟମରେ ଶ୍ରଦ୍ଧାଂଜଳି ଜଣାଇଥିଲେ। ପ୍ରାରମ୍ଭରେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ରମେଶ କିଶାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସମଲେଶ୍ଵରୀ ନର୍ସିଂ କଲେଜର ଛାତ୍ରୀ ସୁପ୍ରଭା ବାଘ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ନର୍ସିଂ କଲେଜର ଛାତ୍ରୀ ଗଣ ଉପସ୍ଥିତ ରହି ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଦିବ୍ୟଙ୍ଗତଙ୍କ ଆତ୍ମାର ସତଗତି ନିମନ୍ତେ ପ୍ରାର୍ଥନା ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।