Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ପୁଲିସ ପକ୍ଷରୁ ଦହି ପଣା ବଣ୍ଟନ

ଗୋପାଳପୁର : ଗ୍ରୀଷ୍ମ ପ୍ରଭାବ ଅଧିକ ରହୁଥିବା ସହ ଗୁଳିଗୁଳି ଅଧିକ ରହୁଥିବାରୁ ଗୋପାଳପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶଙ୍କ ନିର୍ଦ୍ଧେଶ କ୍ରମେ ଆଜି ଥାନା ସମ୍ମୁଖରେ ପଥଚାରୀ ମାନଙ୍କୁ ପଣା ବଣ୍ଟନ କରିଥିଲେ l ପୁଲିସ କର୍ମଚାରୀ ମାନେ ଥାନା ସମ୍ମୁଖରେ ଉପସ୍ଥିତ ରହି ସେହି ବାଟ ଦେଇ ଯାଉଥିବା ପଥଚାରୀ ମାନଙ୍କୁ ପିଇବା ପାଇଁ ଦହି ପଣା ଦେଇଥିଲେ l ବଣ୍ଟନ ବେଳେ ଏସ ଆଇ ସୋଫିଆ ମିଶ୍ର, ମଣି ଦାଢ଼ିୟା, ଏ ଏସ ଆଇ ନୀଳିମା ହୋତା, ହାବିଲଦାର ଅଜୟ କୁମାର ଶତପଥୀ, କେ. ମଧୁ, ଆନିଷ ଖାନ ପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories