Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାଟିପଦରରେ ଜୁଆ ଆଡ୍ଡା ଚଢ଼ାଉ, ଦୁଇ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ, ତିନି ଜଣଙ୍କୁ କୋର୍ଟ ଚାଲାଣ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଝାଟି ପଦର ଗ୍ରାମ ରେ ଦୀର୍ଘ ଦିନ ଧରି ଚାଲୁରହିଥିବା ଜୁଆ ଆଡ୍ଡା ରେ ପୋଲିସର ଚଡ଼ାଉ ସହ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ବେଳେ ଜୁଆଡି ମାନେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିଲା। ଏଥିରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଆନ୍ଦ୍ରପ୍ରଦେଶ ରାଜ୍ୟର ଶ୍ରୀକାକଲମ ଜିଲ୍ଲା ଇଚ୍ଛାପୁର ଥାନା ଅଧିନସ୍ଥ ପି. ପ୍ରସାଦ ରାଓ (୩୬),କେ ଭିଗେନେସ ରେଡି (୩୦) ଓ ଝାଟିପଦର ଗ୍ରାମର ପି ମୋହନ ରେଡି (୩୦) ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କ ଠାରୁ ୧ ଲକ୍ଷ ୪୪ ହଜାର ୫୭୦ ଟଙ୍କା ସହ ଚାରୋଟି ମୋଟରସାଇକେଲ ଓ ତାସ ସାମଗ୍ରୀ ଜବତ କରିଥିବା ନେଇ ପୋଲିସ ପ୍ରେସ ରିଲିଜ ରେ ସୂଚନା ଦେଇଛି l ଏହି ଥାନା ଅଧିନସ୍ଥ ଝାଟିପଦର ଗ୍ରାମ ନିକଟରେ ଥିବା ଜଙ୍ଗଲର କିଆଁ ବାଡ଼ ରେ ଦୀର୍ଘ ଦିନ ଧରି ଜୁଆ ଆଡ଼ ଚାଲୁରହିଥିଲା। ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଚଢ଼ାଉ ନେଇ ଅନେକ ବାର ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସୂତ୍ରରୁ ଜୁଆଡି ମାନେ ଖବର ପାଇ ପୁଲିସ ପହଞ୍ଚିବା ପୂର୍ବରୁ ଜୁଆଡି ମାନେ ଖସି ଯିବାକୁ ସକ୍ଷମ ହେଉଥିଲେ। ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ଙ୍କ ପକ୍ଷରୁ ଆଜି ଅପରାହ୍ନରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସତର୍କତା ର ସହ ଜୁଆ ଚାଲିଥିବା ସ୍ଥାନରେ ଚାରିଆଡ଼େ ଘେରି ଯାଇ ଜୁଆ ଆଡ୍ଡା ଉପରେ ଚଡାଉ କରିଥିଲେ l ଚଢ଼ାଉ ବେଳେ ହଠାତ କିଛି ଜୁଆଡି ପୋଲିସ ଗାଳି ଗୁଲଜ, କାର୍ଯ୍ୟରେ ବାଧା ଦେବା ସହ କନଷ୍ଟେବଳ ସଂଜୀବ ଭୂୟାଁ ଓ ସୁନୀଲ ନାୟକଙ୍କୁ ଠେଙ୍ଗା ରେ ଆକ୍ରମଣ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ lକିନ୍ତୁ ପୁଲିସ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ କାବୁ କରିବାର ସକ୍ଷମ ହୋଇଥିଲେ। ଘଟଣା ନେଇ ଥାନାରେ ୨୬୦/୩୦ରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ଙ୍କ ପକ୍ଷରୁ ପୁଲିସ କୁ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି lଅଭିଯୁକ୍ତ ପ୍ରସାଦ, ଭିଗେନେସ ଓ ମୋହନ ଙ୍କୁ ଆଜି ସନ୍ଧ୍ୟା ରେ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଚିହ୍ନଟ କରାଯାଇଛି ଏବଂ ଖୁଵ୍ ଶିଘ୍ର ସେମାନଙ୍କୁ ଗିରଫ କରାଯିବ ପୋଲିସ ସୂଚନା ଦେଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories