Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବକୁଣ୍ଡରେ ବୁଡ଼ି ଗୋଳନ୍ଥରା ର ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ; ଶୋକାକୁଳ ପରିବେଶ ରେ ଗାଁ ରେ ଶେଷକୃତ୍ୟ ସମ୍ପନ୍ନ

ଗୋପାଳପୁର: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ରେ ବୁଡ଼ି ଜଣେ ଡ଼ାକ୍ତରୀ ଛାତ୍ରଙ୍କ ରବିବାର ଦିନ ମୃତ୍ୟୁଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର ଲିପେନ କୁମାର ସାହୁ (୨୩)। ମୃତ ଲିପେନ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର। କରୋନା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ଘରେ କେବଳ ମା’ ଥିଲେ । ପୁଅକୁ ନେଇ ମା ଅନେକ ସ୍ବପ୍ନ ଦେଖିଥିଲେ। କିନ୍ତୁ ତାହା ନିମିଶେକ ମଧ୍ୟରେ ମିଳେଇ ଯାଇଛି। ଗୋଳନ୍ଥରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଅଞ୍ଚଳର ଜଣେ ମେଧାବୀ ଛାତ୍ର ଥିଲେ।ସାଙ୍ଗ ସାଥୀ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି, କାହା ପାଟିରୁ ଶବ୍ଦ ବହାରୁନି। ପୁଅର ମୃତ୍ୟୁ ଖବର ପାଇ ମା ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି ଓ ବାରମ୍ବାର ଚେତାଶୂନ୍ୟ ହୋଇ ପଡିଛନ୍ତି। ଖବର ପାଇ ପରିବାର ଲୋକେ ରବିବାର ଦିନ ବାରିପଦାରେ ପହଞ୍ଚି ଶବବ୍ୟବଚ୍ଛେଦ କରି ଆଜି ସନ୍ଧ୍ୟାରେ ଫେରିଥିବା ସହ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶଶ୍ମାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ଲିପେନ୍ ୭ଜଣ ସାଙ୍ଗଙ୍କ ସହିତ ଦେବକୁଳ ବୁଲିବାକୁ ଯାଇଥିଲେ । ଏକ ଦେବୀମନ୍ଦିର ପାଦଦେଶରେ ଥିବା ଝରଣାର ମୁଖ୍ୟକୁଣ୍ଡ ନିକଟରେ ସାଙ୍ଗମାନଙ୍କ ସହିତ ଗାଧୋଇବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନା ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏ ନେଇ ଉଦଳା ଥନାରେ ୩୬|୨୩ରେ ଏକଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଉକ୍ତ କୁଣ୍ଡରେ ପୂର୍ବରୁ ଏକାଧିକ ଦୁର୍ଘଟଣା ଘଟିଥିବାରୁ ପ୍ରଶାସନ ପକ୍ଷରୁ ସେଠାରେ ଗାଧୋଇବାକୁ ବାରଣ କରାଯାଇଛି। ଏହି ଅଞ୍ଚଳଟି ଡୁକୁରା ବନବିଭାଗ ଅଧୀନରେ ଆସୁଥିବା ବେଳେ କୁଣ୍ଡ ନିକଟରେ କୌଣସି ଅଘଟଣ ରୋକିବା ଓ ଗାଧୋଇବାକୁ ବାରଣ କରିବା ପାଇଁ ବନ କର୍ମଚାରୀ ନିୟୋଜିତ ଥିବା ବେଳେ ଏହାସତ୍ତ୍ବେ କେମିତି ଦୁର୍ଘଟଣା ଘଟିଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ତେବେ ଗାଧୋଇବା ଅଭିଯୋଗକୁ ଖଣ୍ଡନ କରିବା ସହ ଛାତ୍ରମାନେ କୁଣ୍ଡ ନିକଟରେ ବସି ଧୁଆଧୋଇ ହେଉଥିଲେ ବୋଲି କହିଛନ୍ତି।ଏମିତି ଅଚାନକ ଅକାଳରେ ଚାଲିଯିବାରେ ପରିବାର ଲୋକେ ସବୁ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ ହୋଇ ପଡିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories