Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟୋ-ବାଇକ ମୁହାଁମୁହିଁ ଧକ୍କା,ଦୁଇ ଗୁରୁତର

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଗ୍ରାମ ନିକଟ ଅଡ଼ାମୁଣ୍ଡା ଘାଟି ବୁଲାଣିରେ ସୋମବାର ରାତ୍ରରେ ଅଟୋ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟର ସାଇକେଲରେ ଯାଉଥ‌ିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର ଦୁଇଜଣ ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ଗ୍ରାମ ପଞ୍ଚାୟତ ଜାଡ଼ିଙ୍ଗି ଗ୍ରାମର ପେଟା ବଡମାଝୀ ଓ କାର୍ତ୍ତିକ ମଲିକ। ଉଭୟଙ୍କର ମୁଣ୍ଡ, ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଥିବାରୁ ବ୍ରାହ୍ମଣୀଗାଁ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା କରି ଦୁହିଁଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନା ସବ ଇନିସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ଡାକ୍ତର ଖାନାରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ବୁଝି ତଦନ୍ତ ଜାରି ରଖିଥ‌ିବା ସୂଚନା ଦେଇଛନ୍ତି।