Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାନେଶ୍ୱରରେ ଶ୍ରଦ୍ଧାଞ୍ଜଳି ସଭା

ମାନେଶ୍ୱର: ସୋମବାର ସନ୍ଧ୍ୟାରେ ମାନେଶ୍ୱର ସାପ୍ତାହିକ ବଜାର ନିକଟରେ ଗତ ଶୁକ୍ରବାର ଦିନ ସନ୍ଧ୍ୟା କରମଣ୍ଡଳ ଏକ୍ସପ୍ରେସ ଟ୍ରେନ୍ ଓ ଯୋଶବନ୍ତପୁର ହାୱାଡ଼ା ସୁପର ଫାଷ୍ଟ୍ ଟ୍ରେନ ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶହ ଶହ ଯାତ୍ରୀ ଙ୍କ ଅମର ଆତ୍ମା ର ସତ୍ ଗତି କାମନା ନିମିତ୍ତ ତଥା ଉକ୍ତ ଘଟଣା ରେ ଗୁରୁତର ଆହତ ବରଣ କରିଥିବା ଯାତ୍ରୀ ମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ମାନ୍ଧାତା ବାବା ଆଞ୍ଚଳିକ ଯୁବ ସଂଗଠନ ଓ ସେବା ର ମିଳିତ ଭାବେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଦୀପ ପ୍ରଜ୍ଜଲନ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ଉକ୍ତ ସଭା ରେ ସମ୍ବଲପୁରୀ ହାସ୍ୟ ଅଭିନେତା ସୁଧୀର କୁମାର ଲୁହା (ଟୀଙ୍କୁ ଟିଙ୍ଗlଲୁ) ଅନ୍ୟତମ କଳାକାର ଦିଲ୍ଲୀପ ପୁଝାରୀ, ପୂର୍ବତନ ସରପଂଚ ଆର୍ତ୍ତତ୍ରାଣ ବାଗ୍ ମାନେଶ୍ୱର, ମାନଧାତା ବାବା ଟ୍ରଷ୍ଟ ସଭ୍ୟ ରାମକୃଷ୍ଣ ବେହେରା, ଚନ୍ଦ୍ରଶେଖର ସାହୁ,ମାନେଶ୍ୱର ବ୍ୟବସାୟୀ ସଂଘ ଉପ ସଭାପତି ଅରୁଣ କୁମାର ପାତ୍ର , ଯୁବ ସମାଜ ସେବୀ ଭବାନୀ ଶଙ୍କର ପଶାୟତ, ରଧେଶ୍ୟାମ ପଣ୍ଡା , ଶ୍ରୀକାନ୍ତ ବଡ଼ପଣ୍ଡା, ପୂର୍ବତନ ପ୍ରଧାନ ଶିକ୍ଷକ ହିରାଲାଲ ବାରିକ, ଗଣେଶ ରାମ ପ୍ରଧାନ , ବିନାୟକ ସାହୁ ହରିହର ମହାପାତ୍ର, ପରମେଶ୍ବର ମେହେର ସୁଶାନ୍ତ ବେହେରା, ରାମ ବେହେରା, ଦୟା ସାଗର ବାଗ, ସହଦେବ ପ୍ରଧାନ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।