Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ, ୧୮.୧୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଝାରସୁଗୁଡ଼ା, ୦୧/୦୯(ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା
ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ‘ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି’ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାରେ ଶିଳ୍ପାୟନର ଅଗ୍ରଗତି, ନୂତନ ଉଦ୍ୟୋଗ ସ୍ଥାପନ ତଥା ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ବୈଠକରେ ବ୍ୟାପକ ଆଲୋଚନା କରା ଯାଇଥିଲା । ଏହି ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଅରିନ୍ଦମ ପ୍ରଧାନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ପ୍ରତିନିଧି, ଇଡକୋ ସମ୍ବଲପୁରର ଡିଭିଜନାଲ୍ ହେଡ୍, ଝାରସୁଗୁଡ଼ା ବନଖଣ୍ଡ ଅଧିକାରୀଙ୍କ ପ୍ରତିନିଧି, ଲିଡ୍ ବ୍ୟାଙ୍କ ମ୍ୟାନେଜର, ସିଟି ଏବଂ ଜିଏସଟି ଯୁଗ୍ମ କମିଶନରଙ୍କ ପ୍ରତିନିଧି ତଥା ‘ଦୀପା’ ଟିମର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଉନ୍ନତ ଇଞ୍ଜିନିୟରିଂ ଫ୍ୟାବ୍ରିକେସନ, ବାୟୋ-ମାସ୍ ପେଲେଟ୍ ନିର୍ମାଣ, ନଡ଼ିଆ କତା ପ୍ରକ୍ରିୟା କରଣ, ବାଣିଜ୍ୟିକ ଯାନବାହାନ ତଥା ଜେସିବି ଭଳି ହେଭି ଆର୍ଥ ମୁଭର୍ସର ବଡି ବିଲ୍ଡିଂ ଓ ମରାମତି, ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ଆସିଥିବା ପୁଞ୍ଜିନିବେଶ ପ୍ରସ୍ତାବ ଗୁଡ଼ିକର ବିସ୍ତୃତ ସମୀକ୍ଷା କରା ଯାଇଥିଲା। ସମସ୍ତ ଦିଗକୁ ତର୍ଜମା କରିବା ପରେ କମିଟି ଦ୍ୱାରା ବାଣିଜ୍ୟିକ ଯାନବାହାନ ଏବଂ ଜେସିବି ଭଳି ଭାରୀ ଯନ୍ତ୍ରାଂଶର ବଡି ବିଲ୍ଡିଂ ଓ ମରାମତି କ୍ଷେତ୍ରରେ ମୋଟ ୧୮.୧୯ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରା ଯାଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ପ୍ରାୟ ୧୭୫ ଜଣ ବ୍ୟକ୍ତିଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଅରିନ୍ଦମ ପ୍ରଧାନ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories