Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠାକୁର ଶ୍ରୀଶ୍ରୀ କେଶବ ଚନ୍ଦ୍ରଙ୍କ ସତସଙ୍ଗ ଉତ୍ସବ ସହିତ ନୂତନ କମିଟି ଗଠନ

ଜମନକିରା : ଆଜି ବୁଧବାର ଦିନ ଅପରାହ୍ନ ୨ଟା ସମୟରେ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ମାହାଙ୍ଗା କଟକର ପକ୍ଷରୁ ଲଇଡ଼ା ନିକଟସ୍ଥ ରେଙ୍ଗୋଲୋଇ ଠାରେ ଠାକୁର ଶ୍ରୀଶ୍ରୀ କେଶବ ଚନ୍ଦ୍ରଙ୍କ ସତସଙ୍ଗ ଉତ୍ସବ ସହିତ ନୂତନ କମିଟି ଗଠନ ହୋଇଯାଇଛି। ଏଥିରେ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ମାହାଙ୍ଗା କଟକରସଂଗଠନିକ ମୁଖ୍ୟ କୈଳାଶ ଚନ୍ଦ୍ର ମହାନ୍ତି ମୁଖ୍ୟ ଭାବରେ ଯୋଗ ଦେଇଥିବା ବେଳେ ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ ସମ୍ପାଦକ କୈଳାଶ ଚନ୍ଦ୍ର ଦାସ, ଧ୍ରୁବ ଚରଣ ବିଶ୍ୱାଳ, କ୍ଷେତ୍ର ପରିଚାଳନା ସମିତି ସମ୍ପାଦକ ନନ୍ଦ କିଶୋର ଜେନା, ପରିଷଦ କାର୍ଯ୍ୟ ନିର୍ବାହୀ ସୁରେନ୍ଦ୍ର ମୋହନ ବେହେରା, ସମ୍ବଲପୁର ଜ଼ିଲ୍ଲା ଉପଦେଷ୍ଟା ରବିନାରାୟଣ ମିର୍ଧା, ଚିତ୍ର ସେନ ଦେହୁରୀଆ, ଜ଼ିଲ୍ଲା ପରିଚାଳକ ଦିନେଶ ଭଞ୍ଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରେଙ୍ଗଲୋଇ କେନ୍ଦ୍ର ଅଧିନସ୍ତ ସମସ୍ତ ଶାଖାର ଗୁରୁଭାଇ ଓ ଭଉଣୀଙ୍କ ଉପସ୍ଥିତିରେ ଶ୍ରୀଶ୍ରୀ କେଶବ ଠାକୁରଙ୍କ ପୂଜା ଓ ସତସଙ୍ଗ ସହିତ ନୂତନ କେନ୍ଦ୍ର ସଂଗଠନ ଅନୁଷ୍ଠିତ ହୋଇଥିଲା। ପରେ ଚୁକ୍ତିନାମା ଏବଂ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂତନ କାର୍ଯ୍ୟକର୍ତ୍ତା ଭାବେ ରେଙ୍ଗଲୋଇ କେନ୍ଦ୍ର ପରିଚାଳକ ଚିତ୍ରସେନ ଦେହୁରୀଆ, ସହ-ପରିଚାଳକ ଛତୁ କଲେତ, ସଂଗଠକ ରୁପାନନ୍ଦ ଚାନ୍ଦ, କୋଷାଧକ୍ଷ ଗୁରୁଦେବ ରଣବିଡା, ମାତୃ ସଂଗଠିକା ରେବତୀ ବାଗ, କାର୍ଯ୍ୟ ନିର୍ବାହୀ ସଭ୍ୟ ଲିଙ୍ଗରାଜ ବେହେରା, ଦେବଦତ୍ତ ଜୟପୁରିଆ, ସୋଲବଦନ ମହାନନ୍ଦ, ସଭ୍ୟା ଗୁଳାପି ଚାନ୍ଦ, ସୌରେନ୍ଦ୍ରୀ ବାଗ, ଉପଦେଷ୍ଟା ରବିନାରାୟଣ ମିର୍ଧା, ଦିନେଶ ଭଞ୍ଜ ପ୍ରମୁଖ ମନୋନୀତ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories