Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଳକସ୍ତରୀୟ ପାଚିକା ସହାୟିକା ପ୍ରଶିକ୍ଷଣ ଶିବିର

ବରପାଲି :ବରପାଲି ବ୍ଳକର ୧୧୮ଟି ଭିନ୍ନଭିନ୍ନ ବିଦ୍ଯାଳୟରେ ବ୍ଲକ ସ୍ତରୀୟ ପାଚିକା ତଥା ସହାୟିକା ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଶିକ୍ଷାବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା। ଶିବିରରେ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ସମ୍ବନ୍ଧୀୟ ପ୍ରଶିକ୍ଷଣ ମାନ ଦିଆଯାଇଥିଲା। ବରପାଲି ବ୍ଲକର ଭିନ୍ନଭିନ୍ନ ପଚାଂୟତର ୧୧୮ ଟି ସ୍କୁଲ ପରିସରରେ ମଧ୍ୟ୍ୟlହ୍ନ ଭୋଜନ ଗୁରୁତ୍ବତା ଉପରେ ଜ୍ଞାନ ବିତରଣ କରାଯାଇଥିଲା। ଆୟୋଜିତ ଶିବିରରେ ୨୪୨ ଜଣ କାର୍ଯ୍ୟରତ ପାଚିକା ଓ ସହାୟିକା ସାମିଲ ରହିଥିଲେ l ଶିବିର ମାନ ବ୍ଲକ ଅର୍ନ୍ତଗତ ବରପାଲି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଗଙ୍ଗାଧର ଏନ. ଏ. ସି. ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଭୁତି ଶିକ୍ଷାନୁଷ୍ଠାନ ମାନଙ୍କରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା ଉଦଘାଟନ କରିଥିଲେ l ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଦୁର୍ୟୋଧନ ସିଂ, ରତ୍ନ କୁମାର ଭୋଇ ଓ ରମେଶ ଚନ୍ଦ୍ର ସାହୁଙ୍କ ତତ୍ବାଧାନରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ବରଗଡ ଜିଲ୍ଲା ଶିକ୍ଷାବିଭାଗ ଅତିରିକ୍ତ ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ ଓ ଜିଲ୍ଲା ମଧ୍ୟାହ୍ନ ଭୋଜନ ସଂଯୋଜକ ମନୋଜ କୁମାର ଛନ୍ଦ ପ୍ରଶିକ୍ଷଣ କେନ୍ଦ୍ର ମାନ ପରିଦର୍ଶନ କରିଥିଲେ। ଶିବିରରେ ସାଧନ କର୍ମୀ ଭାବେ ଅଶୋକ କୁମାର ପଣ୍ଡା, ବେଣୁଧର ବରିହା, ଠାକୁର ପ୍ରସାଦ କୁମ୍ଭାର,ରାଜେନ୍ଦ୍ର ମେହେର,କ୍ଷେତ୍ର ମେହେର,ଅଶୋକ କୁମାର ସାହୁ,ବିନୟ କୁମାର ଭୋଇ,ମିଥୁନ ସାହୁ,ରବି ନାରାୟଣ ମହାପାତ୍ର ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ l ପରିଚାଳନାରେ ଧିରପୁର ସିଆରସିସି ଲୁ୍ପାଞ୍ଚନ ବାରିକ, ଶ୍ରୀନିବାସ ପଧାନ, ଉତ୍ତମ ଦେହୁରୀ, ମନୋଜ କୁମାର ବାରିକ ଓ ତେଜଙ୍ଗ ସିଆରସିସି ସଞ୍ଜୟ ସାହୁ ପ୍ରମୁଖ ସହାୟତା କରିଥିଲେ l