Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମରା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ସାକ୍ଷରତା ଦିବସ,ପରିବେଶ ସଚେତନତା କାର୍ଯ୍ୟକ୍ରମ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷା ସ୍ମିତା ଭୋଇ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଦ୍ୟ ଶିକ୍ଷୟିତ୍ରୀ ସାବିତ୍ରୀ ବାଈ ଫୁଲେଙ୍କ ଏ ଦିଗରେ ଅବଦାନ ସମ୍ପର୍କରେ କହିବା ସହିତ ପରିବେଶ ପ୍ରତି ସଚେତନ ହେବା ମଧ୍ୟ ଏକ ପ୍ରକାର ସାକ୍ଷରତା ବୋଲି ମତ ପ୍ରଦାନ କରିଥିଲେ। ସାମାଜିକ କର୍ମୀ ତଥା କୁଚିଣ୍ଡା ବ୍ଲକର ପୂର୍ବ ଅଧ୍ୟକ୍ଷ କରୁଣା କର କିସାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପରିବେଶ ର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ। ଏହାପରେ ମୁଖ୍ୟ ଅତିଥି ନାୟକ ନିଜ ଜନ୍ମ ଦିନରେ ବୃକ୍ଷ ରୋପଣ କରି ତାକୁ ବଞ୍ଚାଇ ରଖିବା ଓ ବିଦ୍ୟାଳୟକୁ ସବୁଜ ସୁନ୍ଦର କରିବାକୁ ମିଳିତ ଭାବରେ ଶପଥ ପାଠ କରିଥିଲେ। ପ୍ରାରମ୍ଭରେ ସହକାରୀ ଶିକ୍ଷୟିତ୍ରୀ ରାଧିକା ଷଣ୍ଢ ସ୍ଵାଗତ ଭାଷଣ, ମୋନାଲିସା ନାହାଣ୍ଡି ବସର ମହତ୍ଵ ଏବଂ ରଜସ୍ମିତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅନ୍ୟତମ ସହକାରୀ ଶିକ୍ଷୟିତ୍ରୀ ଅଙ୍କିତ ପ୍ରିୟଦର୍ଶନୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories