Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ଏକ ବଡ଼ ଧକ୍କା: ବର୍ହାମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘୋର ସମସ୍ୟା, ଶିକ୍ଷକ ଅଭାବ, କୋଠରୀ ଅଭାବ ଓ ଖେଳ ପଡ଼ିଆ ଅଭାବ, ତାଲା ପକାଇବାକୁ ପ୍ରସ୍ତୁତ ଏସଏମସି କମିଟି ଓ ଅଭିଭାବକ !

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ବର୍ହାମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯେଉଁଠାରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯ ଟି ଶ୍ରେଣୀର ୯୬ ଜଣ ପିଲା ପାଠ ପଢୁଛନ୍ତି। ତେବେ ଏହି ସ୍କୁଲରେ ରହିଛି ଅନେକ ସମସ୍ୟା, ଯାହା ଶିକ୍ଷା ବ୍ୟବସ୍ଥାକୁ ବଡ଼ ଧକ୍କା ଦେଇଛି। ଏହି ସ୍କୁଲକୁ ୧୯୪୫ ମସିହାରୁ ଆରମ୍ଭ ହୋଇଥିବା ଏବେ ୮୦ ବର୍ଷରୁ ଅଧିକ ସମୟ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ ଖେଳ ପଡ଼ିଆ ଟିଏ ନାହିଁ। ଶ୍ରେଣୀ କୋଠରୀ ଆବଶ୍ୟକ ଅନୁଯାୟୀ ନାହିଁ। ସ୍କୁଲରେ ମାତ୍ର ଜଣେ ଶିକ୍ଷକ ଓ ୨ ଜଣ ଶିକ୍ଷୟତ୍ରୀ ଙ୍କ ଦ୍ଵାରା ପାଠ ପଢା ଚାଲିଛି। ସ୍କୁଲରେ ଶିକ୍ଷକ ଅଭାବ ଏକ ବଡ଼ ସମସ୍ୟା। ୯ ଟି ଶ୍ରେଣୀ ପାଇଁ ମାତ୍ର ୩ ଜଣ ଶିକ୍ଷକ ରହିଛନ୍ତି, ଯାହା ଶିକ୍ଷା ବ୍ୟବସ୍ଥାକୁ ବଡ଼ ପ୍ରଭାବିତ କରୁଛି। ସ୍କୁଲରେ କୋଠରୀ ଅଭାବ ମଧ୍ୟ ଏକ ବଡ଼ ସମସ୍ୟା। ୯ ଟି ଶ୍ରେଣୀ ପାଇଁ ଆବଶ୍ୟକ କୋଠରୀ ନାହିଁ, ଯାହା ପିଲାମାନଙ୍କୁ ପାଠ ପଢିବା ପାଇଁ ସମସ୍ୟା ହେଉଛି। ସ୍କୁଲରେ ଖେଳ ପଡ଼ିଆ ଅଭାବ ମଧ୍ୟ ଏକ ବଡ଼ ସମସ୍ୟା। ପିଲାମାନଙ୍କୁ ଖେଳିବା ପାଇଁ ସ୍କୁଲରେ କୌଣସି ଖେଳ ପଡ଼ିଆ ନାହିଁ। ଶିକ୍ଷକ ଅଭାବ ଥିଲାବେଳେ ଶିକ୍ଷା ବିଭାଗ ପକ୍ଷରୁ ଅଣଶୈକ୍ଷିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିବା ବେଳେ, ଏହା ବେଢ଼ି ଉପରେ କୋରଡ଼ା ମାଡ଼ ସଦୃଶ୍ୟ ହେଉଥିବା ନେଇ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ତୁଲାରାମ ନାଏକ, ସହକାରୀ ଶିକ୍ଷୟିତ୍ରୀ ଚାରୁଲତା ଦ୍ୱିବେଦୀ, ଅଞ୍ଜଳି ମିଶ୍ର ପ୍ରମୁଖ ପରିଚାଳନା କମିଟି ବୈଠକରେ ପ୍ରକାଶ କରିଛନ୍ତି। ଗତବର୍ଷ ବିଭିନ୍ନ ସମସ୍ୟା ନେଇ କମିଟିର କର୍ମକର୍ତ୍ତା, ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିଲେ। ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସିଆରସି ଦାୟିତ୍ୱ ନେଇଥିବା ସ୍କୁଲର ଶିକ୍ଷୟିତ୍ରୀ ସନ୍ତୋଷିନି ପଟେଲଙ୍କୁ ଫେରେଇ ଦେଇଥିଲେ। ତାପରେ ସ୍କୁଲର ତାଲା ଖୋଲାଯାଇଥିଲା। କିଛି ଦିନ ପରେ ଯଥା ପୂର୍ଵଂ ତଥା ପରାଂ ସଦୃଶ୍ୟ ପୁନର୍ବାର ସନ୍ତୋଷୀନି ଙ୍କୁ ନେଇ ସିଆରସି ଦାୟିତ୍ୱ ପ୍ରଦାନ କରିଥିଲେ। ଯାହାକି ସ୍କୁଲର ଶିକ୍ଷକ ସମସ୍ୟା ସମାଧାନ ହୋଇ ପାରିନଥିଲା। ୫ ବର୍ଷ ଭିତରେ କୌଣସି ଅନୁଦାନ ଆସିନଥିବାରୁ ସ୍କୁଲର ଉନ୍ନତିକରଣ ହୋଇ ପାରିନାହିଁ। ସ୍କୁଲରେ ୯ ଟି ଶ୍ରେଣୀ ଆବଶ୍ୟକ ଥିବା ବେଳେ ମାତ୍ର ୩ ଟି ଶ୍ରେଣୀରେ ପାଠ ପଢା ଚାଲିଛି। ଯାହାକି କୋଠରୀ ଗୁଡ଼ିକରେ ଛାତ୍ରୀ ଛାତ୍ରଙ୍କୁ ବସିବା ଉଠିବା ବ୍ୟାପକ ସମସ୍ୟା ରହୁଥିବା ନେଇ ପିଲାମାନେ ଅଭିଯୋଗ କରିଛନ୍ତି। ତେବେ ଆଗାମୀ ଏକ ମାସ ମଧ୍ୟରେ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି ଜଣାଯାଇଛି। ଏ ସମସ୍ୟା ସମ୍ପର୍କରେ କମିଟିର ଅଧକ୍ଷ ପ୍ରକାଶ ପାତ୍ର, ସଭ୍ୟ ପୂର୍ଣ୍ଣଚନ୍ଦ୍ର ରୋହିଦାସ, ତପନ ଭୋଇ, ସଭ୍ୟା ପୁନମ କିସାନ ପ୍ରମୁଖ ଅନେକ ସମୟରେ ପ୍ରଶାସନ ପାଖରେ ଲିଖିତ ଓ ମୌଖିକ କହି ଆସୁଥିଲେ ସୁଦ୍ଧା ପ୍ରତିକାର କରୁନାହାନ୍ତି। ତେବେ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଏହି ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଶିକ୍ଷା ବିଭାଗ ଏହି ସମସ୍ୟା ପ୍ରତି ଯଥା ଶୀଘ୍ର ଦୃଷ୍ଟି ଦେବା ପାଇଁ ଦାବି ହେଉଛି।
ସଂକ୍ଷେପରେ :
* ବର୍ହାମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘୋର ସମସ୍ୟା।
* ଶିକ୍ଷକ ଅଭାବ, କୋଠରୀ ଅଭାବ ଓ ଖେଳ ପଡ଼ିଆ ଅଭାବ।
* ଶିକ୍ଷା ବିଭାଗର ଅପାରଗତା।
* smc କମିଟି ଓ ଅଭିଭାବକଙ୍କ ଦାବି।
* ଆଗାମୀ ଏକ ମାସ ମଧ୍ୟରେ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ କରାଯିବ।
* ସରକାରଙ୍କ ଦୃଷ୍ଟି ଆକର୍ଷଣ।
ଏସଂକ୍ରାନ୍ତରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତି ପରେ ଶିକ୍ଷକ ଦିଆଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories