ଗୁଛୁରା ହାଇସ୍କୁଲରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ, ବନ ମହୋତ୍ସବ ଓ ବୃକ୍ଷ ରୋପଣ
ଜମନକିରା : କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଗୁଛୁରା ଗ୍ରାମର ଦୀନବନ୍ଧୁ ସରକାରୀ ନୋଡାଲ ହାଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଏକ୍କା ସଭାପତିତ୍ବରେ ସ୍ଵଭାବ ତଥା ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ବାନ ମହୋତ୍ସବ,ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଶିଷ୍ଟ ସ ହଇଥିକ ତଥା ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ କୁଚିଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ କରୁଣାକର କିସାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ସ୍କୁଲ ର ଅନ୍ୟତମ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ ସ୍ଵାଗତ ଭାଷଣ ସହ ଅତିଥି ପରିଚୟକୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ଅତିଥି ଗଣ ତାଙ୍କ ଭାଷଣରେ ସ୍ୱଭାବ କବି ଙ୍କ ସାହିତ୍ୟରେ ପ୍ରକୃତି କିପରି ଜୀବନ୍ତ ହୋଇ ପଡ଼ିଛି ତାହା ବର୍ଣ୍ଣନା କରିବା ସହ ପ୍ରକୃତି ସୁରକ୍ଷା ପାଇଁ କିପରି ବୃକ୍ଷ ରୋପଣର ଆବଶ୍ୟକତା ରହିଛି ତାହା ବୁଝାଇ ଥିଲେ ।ପ୍ରାରମ୍ଭରେ ଅତିଥି ଗଣ କବି ଗଙ୍ଗାଧର ଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ,ଦୀପଦାନ ଓ ଧୂପ ପ୍ରଦାନ କରି କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଛାତ୍ରୀ ଗଣ ମେହେର ସଙ୍ଗୀତ ଗାନ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ ।ଏହା ପରେ ଅତିଥି ମାନକ ସହ ବୃକ୍ଷରୋପଣ କରାଯାଇଥିଲା ।ସେଶରେଶହକରି ଶିକ୍ଷକ ଦୁଷ୍ମନ୍ତ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ରୀତା ଭୋଇ, ନେପାଳ କଟା,କାହ୍ନୁ ପଟେଲ,ମିର୍ଜା ସକିରୁଦ୍ଦିଁ ବେଗ,ରସାନନ୍ଦ ଭଇଁସ।,ନବନୀତ। ନାଏକ,ସବିତା ଡୁଙ୍ଗ ଡୁଙ୍ଗ,ସଞ୍ଜୟ କୁମାର ଦେହୁରୀ ପ୍ରମୁଖ ଆୟୋଜନ କରିଥିଲେ ।

