Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ; ନିରନ୍ତର ପରିଶ୍ରମ ଆବଶ୍ୟକ.. ମୁଖ୍ୟଅତିଥି

ଜମନକିରା : ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜମନକିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ।
ସମାରୋହରେ ମୁଖ୍ୟବକ୍ତା ଭାବେ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶିନୀ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା, ନିଷ୍ଠା ଓ ସାମଗ୍ରିକ ବିକାଶ ଉପରେ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ ନାୟକ, ସ୍ଥାନୀୟ ସରପଞ୍ଚ ବିଜୟ ନାୟକ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ବିଦ୍ୟାଳୟର ଶୈକ୍ଷିକ ପ୍ରଗତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ବକ୍ତାମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶ ଓ ସମାଜର ଭବିଷ୍ୟତ କର୍ଣ୍ଣଧାର। କେବଳ ପାଠ୍ୟପୁସ୍ତକ ଜ୍ଞାନରେ ସୀମିତ ନ ରହି ନୈତିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱବୋଧ ଏବଂ ନିରନ୍ତର ପରିଶ୍ରମ ମାଧ୍ୟମରେ ଆଗକୁ ବଢ଼ିବାକୁ ସେମାନେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ଆଧୁନିକ ଶିକ୍ଷା ସହ ଉତ୍ତମ ଚରିତ୍ର ଗଠନ ଏବଂ ସମୟାନୁବର୍ତ୍ତିତାର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷୟିତ୍ରୀ ସସିମା ବାଇକ୍ ପରିଚାଳନା ଓ ସଂଯୋଜନା କରିଥିବା ବେଳେ ପୁରସ୍କାର ବିତରଣ ଆଲୋକିତ କେରକେଟା କରେଇଥିଲେ। ସଭା ଶେଷରେ ସ୍କୁଲର ସହକାରୀ ଶିକ୍ଷକ ସତ୍ୟମ୍ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ସହକାରୀ ରଶ୍ମିତା ଟିଗ୍ଗା, ଅଜିତ କୁମାର ନାୟକ, ନିର୍ମଳ ସାହୁ, ପଲ୍ଲବୀ ବେହେରା, ସୁନୀଲ କୁମ୍ଭାର, ବିନୟଲାଲ ନାୟକ, ସତ୍ୟବ୍ରତ ଦେହୁରୀ, ଆଶିଷ କୁମାର ନାୟକ, ରୋଜାଲିନ ମହାପାତ୍ର, ନିକିତା ସାହୁ, ସତ୍ୟ ସାହୁ, ହେମଲତା ଦୋରା ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତଥା ବହୁ ସଂଖ୍ୟାରେ ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ