Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ ଓ ପୁରସ୍କାର ବିତରଣ ଉତ୍ସବ

ଜମନକିରା : ଜମନକିରା ବ୍ଲକ୍ ସଦର ମହକୁମା ଠାରେ ସ୍ଥାପିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ଜମନକିରା ସଭା କକ୍ଷ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ବେହେରାଙ୍କ ସଭାପତିତ୍ଵ ଓ ଜୟନ୍ତୀ କମିଟିର ଆବାହକ ଇ.ସଞ୍ଜୀବ କୁମାର ସାହୁଙ୍କ ସଂଯୋଜନାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଉପଖଣ୍ଡ ସ୍ତରୀୟ ଜୟନ୍ତୀ ତଥା ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି ।ଏଥିରେ ବିଶିଷ୍ଟ ସାହିତ୍ୟିକ ଓ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଗଙ୍ଗାଧରଙ୍କ ସାହିତ୍ୟରେ ପ୍ରକୃତି ଚିତ୍ରଣ କିପରି ଜୀବନ୍ତ ହୋଇଛି ତଥା ତାଙ୍କ କାବ୍ୟ କବିତାରେ ଥିବା ମାତୃଭୂମି ଓ ମାତୃଭାଷା ପ୍ରେମର ଉଦାହରଣ ମ।ନ ପ୍ରଦାନ କରିଥିଲେ ।କୁଚିଣ୍ଡାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ,ସାମାଜିକ କର୍ମୀ କରୁଣାକର କିସାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କବିଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅତିଥି ଗଣ ସ୍ଵଭାବ ଓ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ଓ ଧୂପ ପ୍ରଦାନ କରି କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଅତିଥି ଗଣ ପର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ ।ପ୍ରକୃତି ର ସୁରକ୍ଷା ପାଇଁ ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଆସିଥିବା ସୁଧି ମଣ୍ଡଳୀ ଓ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ନାୟକ ସମଗ୍ର ଉପଖଣ୍ଡକୁ ସବୁଜ ସୁନ୍ଦର କରିବା ପାଇଁ ଶପଥ ପାଠ କରାଇଥିଲେ । ପୂର୍ବରୁ ଛାତ୍ରୀ ଗଣ ମେହେର ସଙ୍ଗୀତ ଗାନ କରି ସମସ୍ତଙ୍କୁ ସ୍ଵାଗତ ଜନେଇଥିଲେ ।ଉତ୍ସବର ଶେଷରେ ଅତିଥି ଗଣ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ । ଶେଷରେ ସାମୂହିକ ଭାବରେ ଜାତୀୟ ସଙ୍ଗୀତ ଗାନ କରି ଉତ୍ସବକୁ ଉଦଯାପନ କରା ଯାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories