Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BRICS Summit 2026: ଜୟପୁରର କାରିଗରୀ ଦେଖିବ ସାରା ବିଶ୍ୱ, BRICS Summitରେ ବିଦେଶୀ ଅତିଥିଙ୍କ ପାଇଁ ପ୍ରସ୍ତୁତ ରାଜକୀୟ ଟେବୁଲୱେୟାର

ନୂଆଦିଲ୍ଲୀ: BRICS Summit 2026କୁ ନେଇ ଜୟପୁରରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରୂପା ପ୍ଲେଟ୍‌ ଲଗାଯାଇଥିବା ଟେବୁଲୱେୟାର। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ବିଦେଶୀ ଅତିଥିମାନଙ୍କ ଆତିଥ୍ୟ ପାଇଁ ଏହି ସ୍ୱତନ୍ତ୍ର ସାମଗ୍ରୀ ବ୍ୟବହାର କରାଯିବ। ଜୟପୁରର ପାରମ୍ପରିକ କାରିଗରୀ ସହ ରାଜକୀୟ ଶୈଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି।

ଏହି ସ୍ୱତନ୍ତ୍ର ଟେବୁଲୱେୟାରରେ ଭାରତୀୟ ସଂସ୍କୃତି ସହ ରାଜସ୍ଥାନର ସମୃଦ୍ଧ କଳା ଓ ଐତିହ୍ୟର ଝଲକ ଦେଖିବାକୁ ମିଳିବ। ଜୟପୁରର ପାରମ୍ପରିକ ହସ୍ତକଳାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଦିଗରେ ମଧ୍ୟ ଏହାକୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଭାବେ ଦେଖାଯାଉଛି।

ବିଶ୍ୱର ବିଭିନ୍ନ ଦେଶରୁ ଆସୁଥିବା ବିଶିଷ୍ଟ ଅତିଥିମାନଙ୍କ ଆତିଥ୍ୟ ସମୟରେ ଏହି ରାଜକୀୟ ଟେବୁଲୱେୟାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। BRICS Summit 2026 ଅବସରରେ ଭାରତର ପାରମ୍ପରିକ କଳା, କାରିଗରୀ ଏବଂ ରାଜସ୍ଥାନର ସାଂସ୍କୃତିକ ଐତିହ୍ୟକୁ ବିଦେଶୀ ଅତିଥିଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ଏହା ଏକ ନିଆରା ପ୍ରୟାସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ