Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ସଂଗଠିତ ଜୁଆ ଆଡ୍ଡା ଉପରେ ପାରଳାଖେମୁଣ୍ଡି ପୋଲିସର ଚଢ଼ାଉ, ୫ ଅଭିଯୁକ୍ତ ଗିରଫ ଲକ୍ଷାଧିକ ଟଙ୍କା ଜବତ

ପାରଳାଖେମୁଣ୍ଡି:୧୪/୯(ଗରୁଡ଼ ଧ୍ୱଜ ଚୌଧୁରୀ) ପାରଳାଖେମୁଣ୍ଡି ପୋଲିସ୍ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ଚାଲିଥିବା ସଂଗଠିତ ଜୁଆ ଖେଳକୁ ଠାବ କରିବାରେ ସଫଳ ହୋଇଛି l ପାରଳାଖେମୁଣ୍ଡି ଥାନା କେସ୍ ନଂ. ୩୭୮/୨୦୨୬, ତା.୧୩.୦୯.୨୦୨୬, ଦଫା ୧୧୨(୨) BNS ସହ ଓଡ଼ିଶା ଜୁଆ ନିବାରଣ ଆଇନର ଦଫା ୩ ଅନୁଯାୟୀ ମାମଲା ରୁଜୁ କରିଛି। ବିଶ୍ୱସ୍ତ ସୂଚନା ଆଧାରରେ ୧୩.୦୯.୨୦୨୬ ତାରିଖ ସନ୍ଧ୍ୟା ପ୍ରାୟ ୫.୨୦ ମିନିଟ୍ ସମୟରେ ପୋଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପ୍ରାୟ ୨୦ ଜଣ ବ୍ୟକ୍ତି ଟଙ୍କା ବାଜି ଲଗାଇ ତାସ ଖେଳୁଥିବା ବେଳେ ପୋଲିସକୁ ଦେଖି କେତେକ ବ୍ୟକ୍ତି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲେ। ଘଟଣାସ୍ଥଳରୁ ପୋଲିସ ଗଙ୍ଗାଡା ଗଣେଶ (୫୦), ଏଚ୍ଚେର୍ଲା, ଜିଲ୍ଲା ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ; ଭାଙ୍ଗାପାଲି ଲକ୍ଷ୍ମୀ ନାରାୟଣ (୫୦), ହୀରାମଣ୍ଡଳମ, ଜିଲ୍ଲା ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ; ପୁନ୍ନାନା ମୋହନ ରାଓ (୪୦), ଜାମିଗାଁ, ପାରଳାଖେମୁଣ୍ଡି; ଗୌତମ ସାହୁ (୨୭), ପାରଳାଖେମୁଣ୍ଡି ଏବଂ ଏମ୍. ଶଙ୍କର (୩୨), ପାରଳାଖେମୁଣ୍ଡିଙ୍କୁ ଧରିଥିଲା। ଚଢ଼ାଉ ଓ ତଲାସି ସମୟରେ ଘଟଣାସ୍ଥଳରୁ ନଗଦ Rs. ୧,୬୨,୩୦୦/-, ୨ ପ୍ୟାକେଟ୍ ତାସ, ୫ଟି ମୋବାଇଲ୍ ଫୋନ୍ ଏବଂ ୩ଟି ମୋଟରସାଇକେଲ୍ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନିଛାଟିଆ ଜଙ୍ଗଲ ଓ କାଜୁ ବଗିଚା ଭଳି ସ୍ଥାନରେ ଏହି ଜୁଆ ଖେଳର ଆୟୋଜନ କରାଯାଉଥିଲା ଏବଂ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ବ୍ୟକ୍ତି ଟଙ୍କା ବାଜି ଲଗାଇ ଏଥିରେ ଭାଗ ନେଉଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ଧରିବା ପାଇଁ ତଦନ୍ତ ଜାରି ରହିଛି। ଗିରଫ ହୋଇଥିବା ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବରେ କୋଟି ଟଙ୍କାର ଜୁଆ ଖେଳ ଚାଲିଥିବା ଅଭଯୋଗ ହେଉଛି l ଏହି ଜୁଆ ଖେଳରେ ଆନ୍ଧ୍ର ପ୍ରଦେଶର ଜୁଆଡି ମାନେ ଭାଗ ନେଇଥାନ୍ତି l ଏହା ଦ୍ୱାରା ପାରଳାଖେମୁଣ୍ଡି ର ପ୍ରତିଷ୍ଠା ନଷ୍ଟ ହେବା ସହ ବହୁ ପରିବାର ସର୍ବସ୍ୱାନ୍ତ ହୋଇ ଯାଉଥିବା ବେଳେ ଜୁଆରେ ହାରିବା ପରେ ବାକି ବୋକରା ହୋଈ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି l ଗଜପତି ଏସ ପି ଏଥି ପ୍ରତି ଦୃଷ୍ଟି ଦେଇ କଡ଼ା ପଦକ୍ଷେପ ନେଇ ଜିଲାରେ ଚାଲିଥିବା ଜୁଆ ଖେଳକୁ ବନ୍ଦ କରାନ୍ତୁ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories