Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Angul Sex Racket: ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଘରେ ଚଢ଼ାଉ, ୨ ଯୁବତୀ ଓ ୨ ଗ୍ରାହକ ଧରାପଡ଼ିଲେ

ଅନୁଗୋଳ: ଅନୁଗୋଳ ସହରର ଅମଲାପଡ଼ା ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଘରେ କଥିତ ଭାବେ ଦେହ ବ୍ୟବସାୟ ଚାଲିଥିବା ନେଇ ପୁଲିସକୁ ସୂଚନା ମିଳିବା ପରେ ଚଢ଼ାଉ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଅନୁଗୋଳ ଟାଉନ ଥାନା ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ୍‌ ମିଳିତ ଭାବେ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବାହାର ରାଜ୍ୟର ୨ ଜଣ ଯୁବତୀ ଓ ୨ ଜଣ ପୁରୁଷ ଗ୍ରାହକଙ୍କୁ ପୁଲିସ ଧରିଥିବା ବେଳେ ଘର ମାଲିକଙ୍କୁ ମଧ୍ୟ ଥାନାକୁ ନେଇ ପଚରାଉଚରା କରାଯାଉଛି।

ଅମଲାପଡ଼ା ଅନୁଗୋଳ ସହରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଏଭଳି ଅଭିଯୋଗ ଆସିବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘର ଆଗରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ନାଁ ଥିବା ନେମପ୍ଲେଟ୍‌ ଲାଗିଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ ହୋଇସାରିଥିବା ସୂଚନା ମିଳିଛି। ଏହି ଘରେ କଥିତ ଭାବେ ଏଭଳି କାରବାର କେବେଠାରୁ ଚାଲିଥିଲା ଏବଂ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି।

ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ଅଧିକ ଖୋଳତାଡ଼ ଜାରି ରହିଛି। ଅନୁଗୋଳ ଟାଉନ ଥାନା ଆଇଆଇସି ପ୍ରକାଶ ମାଝୀଙ୍କ ସୂଚନା ଅନୁସାରେ, ଏହି ଘଟଣାକୁ ନେଇ ସହରର ଅନ୍ୟ କେତେକ ସ୍ଥାନରେ ମଧ୍ୟ ପୁଲିସ ଚଢ଼ାଉ କରୁଛି। ଧରାପଡ଼ିଥିବା ଯୁବତୀ, ଗ୍ରାହକ ଓ ଘର ମାଲିକଙ୍କ ଭୂମିକା ସମ୍ପର୍କରେ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories