ବଢିଲା ଧାନ ଦର; ପୂର୍ବ ଦର ଠାରୁ କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି


ଭୁବନେଶ୍ବର : ବଢିଲା ଧାନ ଦର । ଧାନ ଦର ୧୪୩ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ ଦର ବୃଦ୍ଧି ପରେ କୁଇଣ୍ଟାଲ ପିଛା ଦାମ ହେଉଛି ୨୧୮୩ ଟଙ୍କା । ଚାଷୀଙ୍କୁ ମିଳିବ ୨୧୮୩ ଟଙ୍କା । ପୂର୍ବ ଦର ଠାରୁ କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି ପାଇଛି । ପୂର୍ବରୁ ଧାନ ଦର ୨୦୪୦ ଟଙ୍କା ଥିଲା । ଧାନ ଦର ବୃଦ୍ଧି ପରେ ଏ ଗ୍ରେଡ୍ ଧାନ କ୍ୱିଣ୍ଟାଲ୍ ପିଛା ଚାଷୀ ୨୨୦୩ ଟଙ୍କା ପାଇବେ ।

ସେହିଭଳି କେନ୍ଦ୍ର ସରକାର ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ବୃଦ୍ଧି କରିଛନ୍ତି। ମାଣ୍ଡିଆ ମୂଲ୍ୟ ବୃଦ୍ଧି ପାଇ ୨୬୮ ଟଙ୍କା ହୋଇଛି। ଫଳରେ ଚାଷୀ ଗୋଟିଏ କ୍ୱିଣ୍ଟାଲ୍ ମାଣ୍ଡିଆ ବିକ୍ରି କଲେ ୩ ହଜାର ୮୪୬ ଟଙ୍କ ପାଇବେ । ହରଡ଼ର ଏମଏସପି ୪୦୦ ଟଙ୍କା ବଢ଼ିଥିବା ବେଳେ ମୁଗର ଏମଏସପି ୮୦୩ ଟଙ୍କା, ବାଦାମର ଏମଏସପି ୫୨୭ ଟଙ୍କା, ବିରିର ଏମଏସପି ୩୫୦ ଟଙ୍କା ବୃ୍ଦ୍ଧି କରିଛନ୍ତି ।

ଏମଏସପି ବୃଦ୍ଧି ପରେ ଚାଷୀ ହରଡ଼ କ୍ୱିଣ୍ଟାଲ୍ ପିଛା ୭ ହଜାର ଟଙ୍କା, ମୁଗ ୮ ହଜାର ୫୫୮ ଟଙ୍କା, ବିରି ୬ ହଜାର ୯୫୦ ଟଙ୍କା, ବାଦାମ ୬ ହଜାର ୩୭୭ ଟଙ୍କାରେ ବିକ୍ରି କରିବେ ।