Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେବା ସଂକଳ୍ପ ଅଭିଯାନ ନିମନ୍ତେ ଭୁବନେଶ୍ବର ସ୍ଥିତ ଜଳ ସମ୍ପଦ ବିଭାଗର ୱାଲମି ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି:୧୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ସେବା ସଂକଳ୍ପ ଅଭିଯାନ ଅବସରରେ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଭୁବନେଶ୍ବର ସ୍ଥିତ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତାପନଗରୀସ୍ଥିତ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ୱାଲମି) ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ୭୬ଟି ଦେଶୀୟ ଓ ଜଳବାୟୁ ସହନଶୀଳ ଚାରା ରୋପଣ କରାଯାଇଛି।‘ସେବା ସଂକଳ୍ପ’ ଅଭିଯାନର ମୂଳ ଭାବନାକୁ ଆଧାର କରି ସମାଜ ଓ ପରିବେଶ ପ୍ରତି ଦାୟିତ୍ୱବୋଧକୁ ଜନସେବାର ଏକ ସାର୍ଥକ ପଦକ୍ଷେପରେ ପରିଣତ କରାଯାଇଛି। ବୃକ୍ଷରୋପଣ ମାଧ୍ୟମରେ ପ୍ରାକୃତିକ ସମ୍ପଦର ସୁରକ୍ଷା ସହ ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସୁସ୍ଥ ପରିବେଶ ଗଠନର ସଂକଳ୍ପକୁ ଦୃଢ଼ କରାଯାଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ବିଭାଗର ପୁନର୍ବାସ ଓ ପୁନଃସ୍ଥାପନ ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ବେହେରା, ଅତିରିକ୍ତ ଶାସନ ସଚିବ ଶ୍ରୀ ସୁବ୍ରତ କୁମାର ନାୟକ, ୱାଲମିର ନିର୍ଦ୍ଦେଶକ ଶ୍ରୀ ଗୌତମ କୁମାର ସେଠୀ ଓ ବିଭାଗର ବରିଷ୍ଠ ଅଧିକାରୀ, ୱାଲମିର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ରୋପଣ କରାଯାଇଥିବା ଚାରା ମଧ୍ୟରେ ଅଶ୍ୱତ୍ଥ, କରଞ୍ଜ, ବକୁଳ ଓ ପିଜୁଳି ଭଳି ଦେଶୀୟ ଏବଂ ଉପକୂଳୀୟ ଜଳବାୟୁ ପରିସ୍ଥିତି ସହ ଖାପ ଖାଉଥିବା ପ୍ରଜାତି ରହିଛି। ଏହି ବୃକ୍ଷଗୁଡ଼ିକ ଆଗାମୀ ଦିନରେ ପରିବେଶୀୟ ସନ୍ତୁଳନ ବଜାୟ ରଖିବା ସହ ଜଳ ସଂରକ୍ଷଣ ଓ ଜୈବବିବିଧତା ସୁରକ୍ଷାରେ ଅବଦାନ ରଖିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories