Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁତୁମସର ରେ ଗୋ ବନ୍ଧ୍ୟାନିରାକରଣ ଶିବିର

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଳା ପ୍ରାଣୀ ସମ୍ପଦ ବିକାଶ ବିଭାଗ ସୌଜନ୍ୟରୁ ବେଲଗୁଣ୍ଠା ବ୍ଳକ୍ ସୁତୁମୁସର ଗ୍ରାମରେ ଏକ ଗୋ-ବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ପ୍ରଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅଧିକାରୀ ଡ଼ାକ୍ତର ରାକେଶ କୁମାର ପତି,ଗାଙ୍ଗପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ଅବିନାଶ ସାହୁଙ୍କ ସମେତ ଟିକରପଡ଼ା ଏବଂ ନୂଆଁଗାଆଁର ପ୍ରାଣୀଧନ ନୀରିକ୍ଷକ ମାନେ ଉପସ୍ଥିତ ରହି ଗାଈ ମାନଙ୍କର ଚିକିତ୍ସା କରିଥିଲେ I ଏହି ଶିବିରରେ ୭୫ ଟିଗାଈଙ୍କର ଚିକିତ୍ସା କରା ଯାଇଥିଲା I ଆଗାମୀ ଦିନରେ ଏହିଭଳି ଗୋ-ବନ୍ଧ୍ୟା ନିରାକରଣ ଶିବିର ବ୍ଳକ୍ ର କେ.ନୂଆଁଗଡ଼,ଧୂମୂଛାଇ ଏବଂ ଦହିମୁଣ୍ଡଳୀରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ