Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାଧାରଣ ବୈଠକ: ସ୍ୱଚ୍ଛତା ଓ ସହର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ

ପାରଳାଖେମୁଣ୍ଡି:୨୦/୯(ଗରୁଡ଼ ଧ୍ଵଜ ଚୌଧୁରୀ)
ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ସଂରକ୍ଷଣ ପାଇଁ ବକ୍ସ ଓ ଶ୍ମଶାନକୁ ନେବା ପାଇଁ ‘ସ୍ୱର୍ଗଦ୍ୱାର’ ଗାଡ଼ି ଦାବିକାଶୀନଗର, ଗଜପତି: କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପରିଷଦ ସଭାଗୃହରେ ଏକ ସାଧାରଣ ବୈଠକ ଓ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଏମ୍. ସୁଧାରାଣୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ କାଶୀନଗର ସହରର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ନାଗରିକ ସୁବିଧା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା।ବୈଠକରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ସହରର ସ୍ୱଚ୍ଛତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ନିୟମିତ ଭାବେ ପରିମଳ ବ୍ୟବସ୍ଥାର ତଦାରଖ କରିବା ଏବଂ ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ଗଠନ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ମୁଖତ ଗଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ସଂରକ୍ଷଣ ପାଇଁ ଏକ ସବ୍‌ ବକ୍ସ ବ୍ୟବସ୍ଥା କରିବା ସହ ମୃତଦେହକୁ ଶ୍ମଶାନକୁ ନେବା ପାଇଁ ‘ସ୍ୱର୍ଗଦ୍ୱାର’ ଗାଡ଼ି ଯୋଗାଇଦେବା ପାଇଁ ଦାବି ଉଠାଯାଇଥିଲା। ଏହି ସୁବିଧା ଉପଲବ୍ଧ ହେଲେ ଗରିବ ଓ ଅସହାୟ ପରିବାରମାନଙ୍କୁ ଅନେକ ସମୟରେ ସହାୟତା ମିଳିପାରିବ ବୋଲି ମତ ପ୍ରକାଶ ପାଇଥିଲା।ବୈଠକରେ ସହରର ଆବର୍ଜନା ପରିଚାଳନା, ପରିମଳ ବ୍ୟବସ୍ଥାର ଉନ୍ନତି, ପରିବେଶ ସୁରକ୍ଷା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ନେଇ ସଚେତନତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା କେବଳ ପରିଷଦର ଦାୟିତ୍ୱ ନୁହେଁ, ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ଓ ସଦସ୍ୟମାନେ ମତ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ କାଉନସିଲର, ପରିଷଦ ସଦସ୍ୟ, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ଏବଂ ସମ୍ପୃକ୍ତ ବ୍ୟକ୍ତିମାନେ ଯୋଗଦେଇଥିଲେ। ସହରର ବିଭିନ୍ନ ସମସ୍ୟା ଓ ନାଗରିକଙ୍କ ଆବଶ୍ୟକତା ନେଇ ଆଲୋଚନା କରିବା ସହ ସ୍ୱଚ୍ଛତା ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ନେଇ ମତବିନିମୟ ହୋଇଥିଲା।ବୈଠକ ମାଧ୍ୟମରେ କାଶୀନଗର ସହରରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ସହ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ମୌଳିକ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories