Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱଚ୍ଛ ଓ ସବୁଜ ସୁମାଣ୍ଡି ଗଠନ ପାଇଁ ସରପଞ୍ଚ ଙ୍କ ପ୍ରୟାସ ଓ ଆରମ୍ଭ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ

ଗୋପାଳପୁର: ସମୁଦ୍ର ଉପକୁଳ ସୁମାଣ୍ଡି ପଞ୍ଚାୟତ କୁ ସ୍ୱଛ ଓ ସବୁଜ ସୁନ୍ଦର କରି ଗଢି ତୋଳିବା ନିମନ୍ତେ ସରପଞ୍ଚ ଓ ଯୁବଗୋଷ୍ଠିଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି | ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପରିବେଶ ର ସୁରକ୍ଷା ସମେତ ସ୍ବଛ ପରିବେଶ ଗଠନ ନିମନ୍ତେ ସରପଞ୍ଚ ଜିବାନନ୍ଦ ରେଡ୍ଡୀ ଙ୍କ ଉଦ୍ୟମରେ ଗାଁ ର ପରିବେଶର ସୁରକ୍ଷା ପାଇଁ ରେଡ୍ଡୀ ସୁମାଣ୍ଡି ଗ୍ରାମର ୪୦୦ ଘରକୁ ୨ଟି ଲେଖାଏଁ ଡଷ୍ଟବିନ ( ନିଳ ଓ ସବୁଜ ) ଅଳିଆ ରଖିବା ନିମନ୍ତେ ପ୍ରଦାନ କରାଯିବା ସହ ଖୁବ ଶୀଘ୍ର କେଉଟ ସୁମାଣ୍ଡି ଗ୍ରାମରେ ମଧ୍ୟ ସମସ୍ତ ଘରକୁ କୁ ଡଷ୍ଟବିନ ପ୍ରଦାନ କରିବାକୁ ଯୋଜନା କରାଯାଇଛି।ଏଣିକି ପ୍ରତି ଘରର ଅଳିଆକୁ ସଂଗ୍ରହ କରାଯାଇ ପଞ୍ଚାୟତ ପକ୍ଷରୁ ଜୈବିକ ଖତ ପ୍ରସ୍ତୁତ କରାଯାଇ ସ୍ଥାନୀୟ ଚାଷୀଙ୍କୁ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ସରପଞ୍ଚ ଶ୍ରୀ ରେଡ୍ଡୀ କହିଛନ୍ତି | ସେହିପରି ଆର. ସୁମାଣ୍ଡି ଓ କେ. ସୁମାଣ୍ଡି ର ଗ୍ରାମର ମୁଖ୍ୟ ରାସ୍ତାକୁ ସଫା କରିବା ସହ ରାସ୍ତା କଡ଼ରେ ଲଗାଯାଇଥିବା ତୁଳସୀ ଗଛର ସଂରକ୍ଷଣ ଓ ଗ୍ରାମ୍ୟ ଜଙ୍ଗଲରେ ଲଗା ଯାଇଥିବା ଚାରା ଗୁଡିକରେ ସାର ଓ ପାଣି ପକାଯାଇ ତାହାର ସୁରକ୍ଷା କରାଯାଉଛି | ସାହି ରେ ଥିବା ନାଳକୁ ପର୍ଯ୍ୟାୟ କ୍ରମେ ସଫା କରାଯାଇ ସେଥିରୁ ବାହାରୁଥିବା ଅଳିଆ ଗାଁ ଶେଷ ମୁଣ୍ଡରେ ଥିବା ଖାଲି ଜାଗାରେ ଏକ ଗାତ କରି ପୋତିଦିଆଯାଉଛି | ଶିବ ମନ୍ଦିର ନିକଟ ପୁଷ୍କରଣୀ କୁ ସଫା କରାଯାଇ ଘାସ ଓ ଦଳକୁ ସଫା କରାଯିବା ସହ ପୋଖରୀ ହିଡ଼କୁ ସଫା ରଖାଯାଉଛି| ଗ୍ରାମରେ ଥିବା ବଡ ବଡ଼ ଅଳିଆ କୁଣ୍ଡୁକୁ ପ୍ରତ୍ୟ ସଫା କରା ଯିବା ସହ ବାହାରେ ମାଳ ତ୍ୟାଗ ନକରି ପାଇଖାନା ବ୍ୟବହାର ପାଈଁ ଲୋକଙ୍କୁ ସଚେତନ କରାଯାଇଛି | ପୁରା ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବାକୁ ପଞ୍ଚାୟତବାସୀ ସମେତ ଯୁବ ଗୋଷ୍ଠୀଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସରପଞ୍ଚ ଶ୍ରୀ ରେଡ୍ଡୀ ପ୍ରକାଶ କରିଛନ୍ତି | ପଞ୍ଚାୟତ ରେ କାର୍ଯକାରୀ ହେଉଥିବା ସମସ୍ତ କାମକୁ ନିଜେ ସରପଞ୍ଚ ଜୀବାନନ୍ଦ ରେଡ୍ଡୀ ଏବଂ ଗ୍ରାମର ସ୍ବେଛାସେବୀ ସଂଗଠନ ସେଣ୍ଟର ଫର ଏନଭରମେଣ୍ଟ ଏଜୁକେସନ ର ସଦସ୍ୟ ମାନେ ସାମିଲ ରହି ଆସୁଛନ୍ତି। ଏପରି କାର୍ଯ୍ୟକ୍ରମ କ୍ରମାଗତ ଚାଲୁ ରହିବା ସହ ଲୋକଙ୍କୁ ସଚେତନ କରାଯାଇ ପଞ୍ଚାୟତ କୁ ସ୍ୱଛ ଓ ସବୁଜ ସୁନ୍ଦର କରିବାକୁ ସମସ୍ତ ଗ୍ରାମକୁ ସମେତ ସ୍ବେଛାସେବୀ ଶପଥ ନେଇଛନ୍ତି ଯାହା ଅନ୍ୟମାନଙ୍କ ପାଈଁ ଉଦାହରଣ ପାଲିଟିବା ସହ ସରପଞ୍ଚଙ୍କ ଏପରି ଉଦ୍ୟମକୁ ସାଧାରଣରେ ଭୁୟସୀ ପ୍ରଶଂଶା କରାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories