Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁଡ଼ା ପିଡିଙ୍କ ଗୋପାଳପୁର ଏନ ଏ ସି ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ

ଗୋପାଳପୁର : ଗୋପାଳପୁର ଏନ ଏ ସି ରେ ଆଜି ଡୁଡ଼ା ପିଡି ନୀଳମାଧଵ ଭୋଇ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି l ହରିଜନ ସାହି ନିକଟରେ ଥିବା ଏମ ସି ସି ଏମ ଆର ଏଫ ପ୍ରକଳ୍ପ ,ଵସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରର ନୂତନ ରୋଷେଇ ଗୃହକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆଦର୍ଶ କୋଲନୀରେ ଚାଲିଥିବା ଘର , ଵସଷ୍ଟାଣ୍ଡ ନିକଟରେ ଥିବା ଭେଣ୍ଡିଂ ଜୋନ ସହ ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ ସହ ନିର୍ଧାରିତ ସମୟ ଅବଧି ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହା ସହ ବିଭିନ୍ନ ସାହିର ପରିମଳ ବ୍ୟବସ୍ଥା, ଡ୍ରେନ, ରାସ୍ତାଘାଟ ବୁଲି ଦେଖିବା ସହ ମରାମତି କରିବା ପାଇଁ କହିଥିଲେ l ତାହା ସହ ନୂତନ ଭେଣ୍ଡିଂ ଜୋନ ନିମନ୍ତେ ପାଇଁ ଜାଗା ଚିହ୍ନଟ, ଅସ୍ଥାୟୀ ଉଠା ଦୋକାନୀ ଙ୍କ ସମେତ ଅସ୍ଥାୟୀ ଭାବରେ ଚାଲୁଥିବା ପରିବା ଓ ମାଛ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦେଶ ଦେବା ସହ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏନ ଏ ସି କର୍ତ୍ତୁପକ୍ଷଙ୍କୁ କହିଥିଲେ। ନୂତନ କଲ୍ୟାଣ ମଣ୍ଡପ ପାଇଁ ଜାଗା ଚିହ୍ନଟ ଏବଂ ଗୋପାଳପୁରରେ ଖାଲି ସ୍ଥାନରେ ବୃକ୍ଷ ରୋପଣ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାହୀ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ l

ବିଭିନ୍ନ ସାହିରେ ନଷ୍ଟ ହୋଇଯାଇଥିବା ରାସ୍ତା ମରାମତି ସହ ଫେବର ପ୍ଲେଟ ପକାଇବା ପାଇଁ ଏନ ଏ ସି କୁ ପରାମର୍ଶ ଦେଇଥିଲେ l ପରିଦର୍ଶନ ବେଳେ ଅଧକ୍ଷ ଏ. ଜାନକୀ ରାମ, କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଯନ୍ତ୍ରୀ ମଞ୍ଜିତା ରଥ, ଅଭିନାସ ସାହୁ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l ପରେ ଏନ ଏ ସି କାର୍ଯାଳୟରେ ପହଞ୍ଚି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିବା ସହ ଅଧାପନ୍ତରିଆ ରହିଥିବା କାମ ଗୁଡ଼ିକ ଶୀଘ୍ର ସାରିବାକୁ ପରାମର୍ଶ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories