Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମାରକେଲୀ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଯାପିତ

ଉଲୁଣ୍ଡା :
ଅସତ୍ୟ ଉପରେ ସତ୍ୟ ର ବିଜୟ ସ୍ୱରୂପ, ଧରାପୃଷ୍ଠ କୁ ଅତ୍ୟାଚାରୀ କଂସ କବଳରୁ ରକ୍ଷା କରିବାକୁ ଯାଇ ଭଗବାନ କୃଷ୍ଣ, କଂସ କୁ ନିଧନ କରିଛନ୍ତି l ଏହା ସହ ପରିସମାପ୍ତି ଘଟିଛି ପାଞ୍ଚ ଦିନ ବ୍ୟାପୀ କୃଷ୍ଣଲୀଳା ଓ କଂସ ଦରବାର l
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମାରକେଳି ଗ୍ରାମ ରେ ଶିବଶକ୍ତି ଯୁବକ ସଂଘ ଦ୍ୱାରା ଆୟୋଜିତ ୨୯ ତମ ଗଣେଶ ପୂଜା ଅବସରରେ ଗତ ୧୬ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ କୃଷ୍ଣଲୀଳା ଓ କଂସ ଦରବାର ର ପରିସମାପ୍ତି ଘଟିଛି l ବରଗଡ଼ ଜିଲ୍ଲା ଚିଚିଣ୍ଡା ଗ୍ରାମ ର ତଥା ପଶ୍ଚିମ ଓଡିଶାର ସ୍ବନାମଧନ୍ୟ କଳାକାର ଝସକେତନ ପଧାନ କଂସ ଭୂମିକାରେ ଅଭିନୟ କରି, ନିଜର ସଂଳାପ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ବିଳମ୍ବିତ ରାତ୍ରି ଯାଏଁ ବାନ୍ଧି ରଖିବାରେ ସମର୍ଥ ହୋଇଛନ୍ତି l ଅନ୍ତିମ ସନ୍ଧ୍ୟା ରେ ଗୋପାଙ୍ଗନା ମାନେ ମଥୁରା ରେ ଦଧି ବିକ୍ରି କରିବା ନାଟକ ର ଦୃଶ୍ୟ ରେ କୁନି କୁନି କଳାକାର ଙ୍କ ଅଭିନୟ ଏବଂ ଅକ୍ରୁର ଓ କଂସର କଥୋପକଥନ ବେଶ ଭାବପୂର୍ଣ୍ଣ ହୋଇଥିଲା l ଗତକାଲି ରାଜଦରବାର ରେ ଅତିଥି ରୂପେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ଦେଶଫାଲ ମହୋତ୍ସବ କମିଟିର ସଭାପତି ପଦ୍ମଲୋଚନ ମିଶ୍ର,ପଂଚାୟତ ସମିତି ଅଧ୍ୟକ୍ଷ ଉଲୁଣ୍ଡା ଙ୍କ ପ୍ରତିନିଧି କୁର୍ତ୍ତିବାସ ମିଶ୍ର, ରକ୍ସା ପଂଚାୟତର ସମିତି ସଭ୍ୟ ସଂଜୀବ ଭୋଇ, ମହଦା ପଂଚାୟତ ର ପୂର୍ବତନ ସରପଞ୍ଚ ଫିରୋଜ ବେହେରା, ପ୍ରତାପ ଶତପଥୀ, କ୍ଷମା ଶତପଥୀ, ରଘୁନାଥ ନାଟ୍ୟ ସଂସଦ ର ବରିଷ୍ଠ କଳାକାର ପ୍ରମୋଦ ବେହେରା, ବିନୋଦ ମହାପାତ୍ର, ବିକାଶ ପଧାନ, ଭାଜପା ର ଯୁବମୋର୍ଚା କୋ -ଓଡିନେଟର କେଶବ ସାହୁ, ଯୁବ ସଂଗଠକ ପୃଥ୍ଵୀରାଜ ଜଗଦଲା ପ୍ରମୁଖ ଯୋଗଦାନ କରି ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l କଂସ ଭୂମିକା ରେ ଅଭିନୟ କରୁଥିବା ଝସକେତନ ପଧାନ ଙ୍କୁ ମୁଖ୍ୟ ଅତିଥି,ବିଧାୟକ ବୀରମହାରାଜପୁର ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ପାଞ୍ଚଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ କୁ ପରିଚାଳନା କରିଥିବା ଶିକ୍ଷକ ହୃଷିକେଶ ଚାନ୍ଦ ଙ୍କୁ କଂସ ମହାରାଜ,ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ସମୁଦାୟ କାର୍ଯ୍ୟକ୍ରମ କୁ କ୍ଲବ ସଭାପତି ଛବିଳ ମେହେର, ଉପ ସଭାପତି ପ୍ରଫୁଲ୍ଲ ପଧାନ, ସମ୍ପାଦକ ଅଜିତ ପଧାନ, ଉପଦେଷ୍ଟା ରଞ୍ଜନ ପଧାନ, ନିଗମାନନ୍ଦ ବେହେରା, ସକ୍ରିୟ ସଦସ୍ୟ ରାଜୀବ ମେହେର, ଶ୍ରୀମୁଖ ମେହେର , ସରୋଜ ସେଠି , ମୁକୁନ୍ଦ ମେହେର , ନବୀନ ମେହେର , ବଶିଷ୍ଠ ମେହେର , ସାମନ୍ତ ମେହେର, ସତ୍ୟ ପଧାନ, ତରଣୀ ପଧାନ, ଶଙ୍କର ମେହେର, ପଞ୍ଚାନନ ମେହେର, ରାଜୁ ମେହେର, ଗୋବିନ୍ଦ ମେହେର, ରଘୁନାଥ ମେହେର, ଚୈତନ୍ୟ ମେହେର, ବୁଦ୍ଧଦେବ ମେହେର ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ