Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଣ ଜବତ, ଜଣେ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦପୁର ରେ ଜନୈକ ବ୍ୟକ୍ତି ବେଆଇନ ଭାବେ ବାଣ ବିକ୍ରି କରୁଥିବା ଅଭିଯୋଗ ରେ ପୁଲିସ ଅଭିଯୁକ୍ତ କୁ ଗିରଫ କରିବା ସହ ବାଣ ଜବତ କରିଛି।ଗିରଫ ଅଭିଯୁକ୍ତ ଜଣଙ୍କ ସିଏଚ ରାମୁ ରେଡ୍ଡୀ ବୋଲି ପୁଲିସ ସୂଚନା ଦେଇଛି।ଏହା ସହ ୬୦ ହଜାର ଟଙ୍କା ବାଣ ଜବତ କରିଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।ଆଜି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନିଜେ ଆଇଆଇସି ବିବେକାନନ୍ଦ ମହନ୍ତ ଏକ ଟିମ ଗଠନ କରି ରାମୁ ରେଡ୍ଡୀ ଙ୍କ ଏକ ଦୋକାନ ଘର ଉପରେ ଚଢାଉ କରି ଉକ୍ତ ବାଣ ଜବତ କରିଥିଲେ।ଗତ କିଛି ବର୍ଷ ଧରି ଅଭିଯୁକ୍ତ ଜଣଙ୍କ ବେଆଇନ ଭାବେ ବାଣ ରଖି ବ୍ୟବସାୟ କରି ଆସୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories