Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kalinga Ghat: ଭୂସ୍ଖଳନ ଆଶଙ୍କାରେ କଳିଙ୍ଗା ଘାଟି ବନ୍ଦ, ୨୪ ତାରିଖ ଯାଏଁ ଯାତାୟତ ଉପରେ କଟକଣା

କନ୍ଧମାଳ: ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କଳିଙ୍ଗା ଘାଟିରେ ଯାତାୟତ ବନ୍ଦ କରିଛି ପ୍ରଶାସନ। ଗଞ୍ଜାମ ଓ କନ୍ଧମାଳ ପଟରେ ବଡ଼ ବ୍ୟାରିକେଡ୍‌ ଲଗାଇ ଘାଟି ରାସ୍ତାକୁ ବନ୍ଦ କରାଯାଇଛି। ପାଣିପାଗ ବିଭାଗର ପ୍ରବଳରୁ ଅତି ପ୍ରବଳ ବର୍ଷା ଆଲର୍ଟ ପରେ ସତର୍କତାମୂଳକ ଭାବେ ଏହି ପଦକ୍ଷେପ ନିଆଯାଇଛି।

ପ୍ରଶାସନର ନିଷ୍ପତ୍ତି ଅନୁସାରେ, ସେପ୍ଟେମ୍ବର ୨୩ରୁ ୨୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟି ଦେଇ ସମସ୍ତ ପ୍ରକାର ଯାତାୟତ ଓ ପରିବହନ ବନ୍ଦ ରହିବ। ବର୍ଷା ବଢ଼ିବା ସହ ଭୂସ୍ଖଳନର ଆଶଙ୍କା ଥିବାରୁ କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ଅଧିକାରୀମାନେ ସଜାଗ ରହିଛନ୍ତି। ଘାଟି ଅଞ୍ଚଳର ସ୍ଥିତି ଉପରେ ମଧ୍ୟ ନଜର ରଖାଯାଉଛି।

ଗତବର୍ଷ ମଧ୍ୟ ଏହି ସମୟରେ ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ଯାତାୟତ ବ୍ୟାହତ ହୋଇଥିଲା। ଏଥର ସେଭଳି ସ୍ଥିତି ନଉପୁଜିବା ପାଇଁ ପ୍ରଶାସନ ପୂର୍ବରୁ ପଦକ୍ଷେପ ନେଇଛି। ବର୍ଷା ଓ ଭୂସ୍ଖଳନ ଆଶଙ୍କା ହ୍ରାସ ନହେବା ପର୍ଯ୍ୟନ୍ତ ଘାଟି ରାସ୍ତାରେ ଯାତାୟତକୁ ନେଇ ସତର୍କତା ଜାରି ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ