Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhubaneswar Crime: ଦାମ୍ପତ୍ୟ କଳହରୁ ଜଘନ୍ୟ ହତ୍ୟାକାଣ୍ଡ ! ଲୁହା ତାୱାରେ ପିଟି ହତ୍ୟା କଲା ସ୍ୱାମୀ, ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୂଆପଲ୍ଲୀ ବ୍ରିଟ୍ କଲୋନୀ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଏକ ଗୁରୁତର ଘଟଣା ଘଟିଛି। ସର୍ବେଶ୍ୱର ପ୍ରଧାନ ନାମକ ଜଣେ ଯୁବକ ତାଙ୍କ ପତ୍ନୀ ବନସ୍ମିତା ସ୍ୱାଇଁଙ୍କୁ ଲୁହା ତାୱାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟା ସମୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ବେଳେ ଘଟଣାଟି ଘଟିଥିବା ସୂଚନା ମିଳିଛି।

ଅଭିଯୋଗ ଅନୁସାରେ, ବିବାଦ ପରେ ସର୍ବେଶ୍ୱର ଉତ୍ତେଜିତ ହୋଇ ବନସ୍ମିତାଙ୍କ ମୁଣ୍ଡରେ ତାୱାରେ ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ବନସ୍ମିତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଖବର ପାଇ ନୂଆପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ସର୍ବେଶ୍ୱର ଓ ବନସ୍ମିତା ପ୍ରାୟ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ୪ ମାସର ଏକ ଶିଶୁକନ୍ୟା ମଧ୍ୟ ରହିଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ପରିସ୍ଥିତି ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ