Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SBI ATM Charge: ବ୍ୟାଙ୍କ ଧର୍ମଘଟ ପୂର୍ବରୁ SBIର ବଡ଼ ଘୋଷଣା! ୩ ଦିନ ପାଇଁ ATM ଚାର୍ଜ ଛାଡ଼

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ପ୍ରସ୍ତାବିତ ତିନିଦିନିଆ ବ୍ୟାଙ୍କ ଧର୍ମଘଟକୁ ନଜରରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଗ୍ରାହକଙ୍କ ପାଇଁ ଏକ ସୁବିଧା ଘୋଷଣା କରିଛି। ଏହି ତିନି ଦିନ ମଧ୍ୟରେ SBI ଗ୍ରାହକମାନେ ଦେଶର ଯେକୌଣସି ବ୍ୟାଙ୍କର ATM ବ୍ୟବହାର କରି ଟଙ୍କା ଉଠାଇଲେ ଲାଗୁ ହେଉଥିବା ATM ଟ୍ରାଞ୍ଜାକ୍ସନ୍ ଚାର୍ଜ ଛାଡ଼ ହେବ। ଅର୍ଥାତ୍‌, ଧର୍ମଘଟ ସମୟରେ SBIର ଶାଖା ସେବା ପ୍ରଭାବିତ ହେଲେ ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ATM ମଧ୍ୟ ବ୍ୟବହାର କରିପାରିବେ।

ଏହି ସମୟରେ ଡିଜିଟାଲ ବ୍ୟାଙ୍କିଂ ସେବା ମଧ୍ୟ ଚାଲୁ ରହିବ। SBI ପକ୍ଷରୁ YONO, ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, UPI ଓ ଅନ୍ୟାନ୍ୟ ଡିଜିଟାଲ୍ ସେବା ବ୍ୟବହାର କରିବାକୁ ଗ୍ରାହକଙ୍କୁ ସୁବିଧା ମିଳିବ। ତେବେ ନିର୍ଦ୍ଦିଷ୍ଟ ଶାଖାରେ କରିବାକୁ ଥିବା ଜରୁରୀ କାମଗୁଡ଼ିକ ଆଗୁଆ ସାରି ନେବାକୁ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଗ୍ରାହକଙ୍କ ସୁବିଧା ପାଇଁ ସେପ୍ଟେମ୍ବର ୨୭, ରବିବାର ଦିନ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସେହି ଦିନ ବ୍ୟାଙ୍କ ଶାଖା, କାର୍ଯ୍ୟାଳୟ, ATM ସଂଲଗ୍ନ ଶାଖା ଓ କରେନ୍ସି ଚେଷ୍ଟଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବାକୁ RBI ଅନୁମତି ଦେଇଛି। ତେଣୁ ଶାଖା ସମ୍ବନ୍ଧୀୟ ଜରୁରୀ କାମ ଥିଲେ ୨୭ ସେପ୍ଟେମ୍ବରରେ ତାହା ସାରିନେବା ସୁବିଧାଜନକ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories