Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଶୀମାଲ ଲ୍ୟାମ୍ପସର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ଲ୍ୟାମ୍ପସର ବାର୍ଷିକ ସାଧାରଣ ସଭା ଆଜି କେନାଢିପା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଲ୍ୟାମସ ସଭାପତି ସୁଦର୍ଶନ କିସାନ ଅଧ୍ୟକ୍ଷତା କରିଥିବା ବେଳେ ପରିଚାଳନା ନିର୍ଦ୍ଦେଶକ କୁଶଲାଲ ପଟେଲ ବାର୍ଷିକ ବିବରଣୀ ପାଠ କଥିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫକୀର ମୋହନ ବାଘ ଏସଆରସିଏସ୍, ସୁମିତ୍ରି ବେହେରା ଆଇସିଏସ୍, ଜିତେନ୍ଦ୍ର ସିଂ ଆଇସିଏସ୍ ଉପସ୍ଥିତ ଥିଲେ। ଫାଶୀମାଲ ସମବାୟ ସମିତିର ଅଧିନରେ ଥିବା କେନାଢିପା, ମହଦା, ଫାଶୀମାଲ, ଚକୁଳିଆବାହାଳ, ଗୁଣ୍ଡୁରୁଚୁଆଁ, ଧୂଡିପାଲି, ସୁବର୍ଣ୍ଣପାଲି,ଓ ଟିକିବା ପଞ୍ଚାୟତର ଚାଷୀ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ସଭ୍ୟ ସୁନିଲ ମୁଦୁଲି ଆୟବ୍ୟୟ ବିଷୟରେ ତଥ୍ୟ ପଚାରିଥିବା ବେଳେ ଚାଷୀ ନେତା ଅଶୋକ ପ୍ରଧାନ କିପରି କଲେ ରବି ଫସଲର ଧାନ ସୁରୁଖୁରୁରେ ବିକ୍ରି ହେଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ସମବାୟ ନିର୍ଦେଶକ ଚାଷୀ ସଭ୍ୟ ମାନଙ୍କ ପ୍ରଶ୍ନର ସଠିକ ଉତ୍ତର ପ୍ରାଞ୍ଜଳ ଭାବରେ ବୁଝାଇ ତଥ୍ୟ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ