Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ପକ୍ଷରୁ ଆଇଆଇସିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଆଇଆଇସି ପ୍ରେମଜୀତ ଦାସଙ୍କୁ ବୁଧବାର ଦିନ ସନ୍ଧ୍ୟାରେ, ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ଜମନକିରା ତରଫରୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସମ୍ବଲପୁର ଓଜେୟୁ ର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀ, ସତ୍ୟପ୍ରିୟ ମହାପାତ୍ର, ଅକ୍ଷୟ ଦେହୁରୀ, ଜିତେନ୍ଦ୍ର ମୁଦୁଲି, ଲିପୁନ ନାଏକ ଉପସ୍ଥିତ ରହି ବିଦାୟ କାଳିନ ସମ୍ବର୍ଦ୍ଧନା ଜଣାଇଥିଲେ। ଆଇଆଇସି ପ୍ରେମଜୀତ ଦାସ ଜମନକିରା ଥାନାରେ ଦୁଇ ବର୍ଷରୁ ଅଧିକ ଦିନ ଅବଧି କାଳରେ ତାଙ୍କର କାର୍ଯ୍ୟରେ ଅଞ୍ଚଳବାସୀ ସନ୍ତୁଷ୍ଟ ଥିବାରୁ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ। ଶ୍ରୀ ଦାସ ମଧ୍ୟ ଜଣେ ପ୍ରକୃତି ପ୍ରେମୀ ଥିଲେ। ଅଞ୍ଚଳର ସୌନ୍ଦର୍ଯ୍ୟତା ଥିବା ସ୍ଥାନ ଗୁଡ଼ିକର ଫଟୋ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ପ୍ରସାର କରି ଜନସାଧାରଣଙ୍କ ଭଲ ପାଇବା ସାଉଁଟି ଥିଲେ। ସେ ଜଣେ ମିତ୍ୟଭାଷୀ ବ୍ୟକ୍ତି ହୋଇଥିବା ବେଳେ ଥାନାର ଦ୍ବାରସ୍ଥ ହେଇଥିବା ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରୁଥିଲେ। ତାଙ୍କର ଅନ୍ୟତ୍ର ବଦଳି ହେବା ପରେ ଲୋକଙ୍କ ମନରେ ଦୁଃଖ ପ୍ରକାଶ ପାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ