Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଣ୍ଢେର ରୁ ମୂଲ୍ୟବାନ ଶାଳ କାଠଗଣ୍ଡି ଜବତ

ସମ୍ବଲପୁର(ଯୁଯୋମୁରା ): ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକର ମୁଣ୍ଢେର ଠାରୁ ବନ ବିଭାଗ ଆଜି ମୂଲ୍ୟବାନ ଶାଳ ଗଣ୍ଡି ଜବତ କରି ୨ ଜଣଙ୍କୁ ଏହି ଘଟଣାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି। ଓଡି ୦୩ ୟୁ ୪୭୬୬ ନମ୍ବର ଥିବା ଏକ ପିକଅପ୍ ଭ୍ୟାନରେ ଥିବା ୧୪ ଖଣ୍ଡ ମୂଲ୍ୟବାନ କାଠଗଣ୍ଡି ସହିତ ପିକଅପ୍ ଭ୍ୟାନକୁ ଆଜି ବନ ବିଭାଗ ଝାଙ୍କରପାଲି ସେକ୍ସନ୍ ର ମୁଣ୍ଢେର ଠାରୁ ବଡିଭୋରରେ ଜବତ କରିଥିବା ସମ୍ବଲପୁର ସଦର ଡିଏଫଓ ସୂଚନା ଦେଇଛନ୍ତି। ଏହି ଘଟଣାରେ ଲିପ୍ତଥିବା ଟୁନା ମେହେର(୩୯) ଓ ରାଜୁ ସାଗର (୩୬) କୁ ଅଟକ ରଖି ତଦନ୍ତ ପ୍ରକ୍ରିୟାକୁ ଜାରି ରଖିଥିବା ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ