Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ସୁରକ୍ଷା ସମିତିର ଆଶ୍ରୟ ସ୍ଥଳୀ ପରିଦର୍ଶନ

ଖଡ଼ିଆଳ : ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ସମିତି ଗଠିତ ହୋଇ ନୂତନ ଅଧକ୍ଷ ଏବଂ ନୂତନ ସଦସ୍ୟ ମାନେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଦାୟିତ୍ବ ଗ୍ରହଣ ପରେ ଶିଶୁ ସୁରକ୍ଷା ସମିତି ଅଧକ୍ଷ ଡ଼ଃ.ଫଣିନ୍ଦମ ଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ, ସମିତି ସଦସ୍ୟ ନାରାୟଣ ଯୋଶୀ, ଅଶ୍ବିନୀ କୁମାର ବାଗ, ଅହଲ୍ୟା ପୁଝାରୀ, ବବିତା ମିଶ୍ର ପ୍ରମୁଖ ଗସ୍ତ କରିଛନ୍ତି। ଦାୟିତ୍ବ ନେବା ପରେ ଶିଶୁ ସୁରକ୍ଷା ସମିତି ଗସ୍ତ କରି ଖଡ଼ିଆଳ ଠାରେ ଥିବା ତିନି ଗୋଟି ଶିଶୁଙ୍କ ପାଇଁ ଥିବା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି। ଏହି ଗସ୍ତରେ ପ୍ରଥମେ କାରୁଣ୍ୟବାଳ ନିକେତନକୁ ଗସ୍ତ କରିଥିବା ବେଳେ ସେଠାରେ ଥିବା ୨୨ ଜଣ ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଖଡ଼ିଆଳ ଠାରେ ଥିବା କସ୍ତୁରବା ଗାନ୍ଧୀ ଆଶ୍ରମ ବର୍ତ୍ତମାନ ଉତ୍କଳ ବାଳାଶ୍ରମ ନାମରେ ନାମିତ ହୋଇଅଛି। ଅନ୍ତେବାସୀଙ୍କ ସଂଖ୍ୟା ମଧ୍ୟ ୫୦ ରୁ ବୃଦ୍ଧି ହୋଇ ୧୦୦ ସଂଖ୍ୟା ହୋଇଅଛି। ଖୁବ ଶୀଘ୍ର ଏହାର ସରକାରୀ ମାନ୍ୟତା ପାଇ ଶିଶୁଙ୍କ ସୁରକ୍ଷା ରେ କାମ କରିବ। ଵାଲାଶ୍ରମରେ ୩୬ ଜଣ ଅନ୍ତେବାସୀ ରହିଛନ୍ତି। ସେଥିମଧ୍ୟରୁ ୪ ଜଣ ଉତ୍ତମ ମାର୍କ ରଖି ମାଧ୍ୟମିକ ପାସ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ