Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରୀ ଷ୍ଟେସନ ପକ୍ଷରୁଜନ ଭାଗିଦାରୀ କାର୍ଯ୍ୟକ୍ରମ

ଗୋପାଳପୁର: କେନ୍ଦ୍ରୀୟ ବିଦ୍ୟାଳୟ ଆଞ୍ଚଳିକ କାର୍ଯ୍ୟାଳୟ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରୀ ଷ୍ଟେସନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନଲାଇନ୍ ମାଧ୍ୟମ ରେ ଆୟୋଜିତ କରାଯାଇଅଛି। ଏହି କାର୍ଯ୍ୟକ୍ରମ ରେ ସାମିଲ ହେବା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ବିଦ୍ୟାଳୟ ଛୁଟି ଥିବା ସତ୍ତ୍ୱେ ଛାତ୍ର ଛାତ୍ରୀ ମାନେ ଉତ୍ସାହ ର ସହିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ପ୍ରତିଦିନ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ଗୀତ, ନାଚ, ଅଭିନୟ, ପୋଷ୍ଟର ନିର୍ମାଣ, ଚିତ୍ରକଳା,ଭାଷଣ, ସାଇକେଲ ରାଲୀ, ବ୍ୟାୟାମ,ପରିବେଷଣ କରାଯାଇଥିଲା ଏବଂ ଅନଲାଇନ୍ ଗ୍ରୁପ ମାଧ୍ୟମ ରେ ଅବିଭାବକ ମାନେ ଶିକ୍ଷକ ମାନଂକୁ ସେସବୁକୁ ପଠାଇଥିଲେ।ଏହି
କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ହିନ୍ଦୀ ଅଧ୍ୟାପିକା କବିତା ଶ୍ରୀବାସ୍ତବ ଏବଂ ଶୁଭଶ୍ରୀ ପ୍ରଧାନ ଏବଂ ପ୍ରାଥମିକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସୁଖ୍ କୁମାରୀ ପ୍ରମୁଖ ସଞ୍ଚାଳନ କରିଥିଲେ।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories