Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ମହାବିଦ୍ୟାଳୟ ର‌ ଅବସରପ୍ରାପ୍ତ ବରିଷ୍ଠ କିରାଣି ଙ୍କ ମୃତ୍ୟୁ

ଗୋପାଳପୁର: ଗୋପାଳପୁର ମହାବିଦ୍ୟାଳୟ ର‌ ଅବସରପ୍ରାପ୍ତ ବରିଷ୍ଠ କିରାଣି ‌ଟି କୁମାର ସ୍ବାମୀ ଆଜି ଅପରାହ୍ନରେ ନିଜ‌ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତ କୁମାର ସ‌୍ବାମୀ ଗୋପାଳପୁର ମହାବିଦ୍ୟାଳୟ ରେ‌୧୯୯୩ ମସିହା ରେ‌ କାର୍ଯ୍ୟ ରେ ଯୋଗଦେଇ ୨୦୨୦ ରେ ଅବସର‌ ଗ୍ରହଣ କରିଥିଲେ।ସେ କିଛି ଦିନ ହେଲା ଅସୁସ୍ଥ ରହିବା ସହ ଘରେ ହିଁ ତାଙ୍କର ଚିକିତ୍ସା ଚାଲିଥିଲା।ଆଜି ଅପରାହ୍ନ ପ୍ରାୟ ୫ ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ର‌ ଖବର ପାଇ ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ ଙ୍କ ସମେତ ଗୋପାଳପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାମପ୍ରସାଦ ପଣ୍ଡା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ରାତିରେ ଗୋପାଳପୁର ଶଶ୍ମାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories