Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲ ଜମି କୁ ନେଇ ଦୁଇ ଗ୍ରାମ ମଧ୍ୟରେ ଲାଗି ରହିଥିବା ବିବାଦ ବୈଠକ ମାଧ୍ୟମରେ ହେଲା ସମାଧାନ

ପଟ୍ଟାଙ୍ଗି: ଦୀର୍ଘ ଦିନ ଧରି ଜଙ୍ଗଲ ଜମି ତଥା ପାହାଡ଼ ରକ୍ଷଣାବେକ୍ଷଣ କୁ ନେଇ ଦୁଇ ଗ୍ରାମ ମଧ୍ୟରେ ଲାଗି ରହିଥିବା ବିବାଦ ପୋଲିସ ଠାରୁ ଆରମ୍ଭ କରି ଜଙ୍ଗଲ ବିଭାଗ ଓ ତହସିଲ ରେ ପହଞ୍ଚି ଥିଲେ ମଧ୍ୟ ଏହାର କୈଣସି ସମାଧାନ ହୋଇ ପାରୁନଥିଲା ।

ଶେଷରେ ଉକ୍ତ ଘଟଣା ଜିଲ୍ଲାପାଳ ଓ ଜିଲ୍ଲା ଜଙ୍ଗଲ ଅଧିକାରୀ ଯଥା ଡି ଏଫ୍ ଓ ଙ୍କ ନିକଟରେ ପହଞ୍ଚିବା ପରେ ସମାଧାନର ବାଟ ବାହାରି ଥିବା ଜଣାପଡ଼ିଛି । ସୂଚନା ଅନୁଯାଇ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ନୁଆଁଗା ପଞ୍ଚାୟତ ର ବୋଡାପାଡୁ ଗ୍ରାମକୁ ଲାଗି ରହିଥିବା ଟୋଟାଝୋଲା ପାହାଡ଼ ତଥା ଜଙ୍ଗଲ ଜମି କୁ ନେଇ ଉକ୍ତ ଗ୍ରାମ ସହ ମେଡମଗନ୍ଧି ଗ୍ରାମ ମଧ୍ୟରେ ଲାଗି ରହିଥିଲା ବିବାଦ । ଯାହାକି ଉକ୍ତ ବିବାଦ ଉଭୟ ଗ୍ରାମବାସୀ ଙ୍କ ମଧ୍ୟରେ ହାତା ହାତି ପର୍ଯ୍ୟନ୍ତ ଯାଇଥିଲା । ଯାହାକୁ ନେଇ ଉଭୟ ଦୁଇ ଗ୍ରାମବାସୀ ସ୍ଥାନୀୟ ପୋଲିସ ଏବଂ ଜଙ୍ଗଲ ବିଭାଗର ଦ୍ୱାରସ୍ଥ ହୋଇ ଥିଲେ ମଧ୍ୟ କୈଣସି ସମାଧାନ ର ବାଟ ବାହାରି ନଥିଲା । ଶେଷରେ ଉକ୍ତ ଘଟଣା ଜିଲ୍ଲାପାଳ ଏବଂ ଜିଲ୍ଲା ବନବିଭାଗ ଡି ଏଫ୍ ଓ ଙ୍କ ନିକଟରେ ପହଞ୍ଚିବା ପରେ ସ୍ଥାନୀୟ ତହସିଲଦାର ଙ୍କୁ ଉକ୍ତ ସମସ୍ୟା ସମ୍ପର୍କରେ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ପହଞ୍ଚିବା ପରେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଙ୍କ ଅଧ୍ୟକ୍ଷତାରେ ରେ ଗୁରୁବାର ଟୋଟାଝୋଲା ପାହାଡ଼ ନିକଟରେ ଏକ ମିଳିତ ବୈଠକ ହୋଇଥିଲା । ଯେଉଁଥିରେ କି ସ୍ଥାନୀୟ ପୋଲିସ ପ୍ରଶାସନ ସମେତ ଜଙ୍ଗଲ ବିଭାଗ ର ଶେମିଳିଗୁଡା ରେଞ୍ଜର ତ୍ରିପତି ପଣ୍ଡା , ଫରେଷ୍ଟର ସୁଶାନ୍ତ କୁମାର ସେଠୀ , ତହସିଲ ସୁପ୍ରଭାଇଜର , ସରପଞ୍ଚ ସୁବାଷ ଖରା ପ୍ରମୁଖ ଯୋଗ ଦେଇ ଦୁଇଟି ଗ୍ରାମବାସୀ ଙ୍କୁ ନେଇ ମିଳିତ ବୈଠକ କରି ଜଙ୍ଗଲ ଜମି ଅଧିକାର ଉପରେ ବୁଝାଇ ବା ସହ ଏକ ଭିଏସଏସ ନାମରେ କମିଟି ଗଠନ କରା ଯାଇଥିଲା । ଯେଉଁଥିରେ କି ଉଭୟ ଦୁଇଟି ଗ୍ରାମର ୧୬ ଜଣ ଓ ଜଣେ ଜଙ୍ଗଲ ବିଭାଗର ଫରେଷ୍ଟର ରହି ବା ନେଇ ବୈଠକରେ ସ୍ଥିର ହୋଇଥିଲା । ଯାହାକି ଟୋଟାଝୋଲା ପାହାଡ଼ ର ଉକ୍ତ କମିଟିର ସମ୍ପୂର୍ଣ୍ଣ ଦାଇତ୍ଵ ରହିଥିବା ସହ ରକ୍ଷଣାବେକ୍ଷଣ ର ସମସ୍ତ ଦାଇତ୍ଵ ରହିବ ବୋଲି ଏକ ରେଜୁଲେସନ୍ ଓ ଚିଠା ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରା ଯାଇଥିଲା ।

ଏହିପରି କି ଉକ୍ତ ପାହାଡ଼ ରେ ରହିଥିବା ୫୦ ହେକ୍ଟର ଜମିରେ ଥିବା ବିଭିନ୍ନ ଔଷଧୀୟ ଗଛ ର ଦାଇତ୍ଵ ଉଭୟ ଦୁଇ ଗ୍ରାମବାସୀ ଙ୍କର ରହିଥିବା ସହ ଉକ୍ତ ପାହାଡ଼ କୈଣସି ପ୍ରକାରେ ଭାଗ କରି ହେବ ନାହିଁ ବୋଲି ରେଞ୍ଜର ପଣ୍ଡା ମତପ୍ରକାଶ କରି ବୁଝାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ