Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ହାତ ଗୁଞ୍ଜା ନଦେଲେ ମିଳୁନି କୌଣସି ପ୍ରମାଣ ପତ୍ର

୦୯।୦୬ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଯେକୌଣସି ପ୍ରମାଣ ପତ୍ର ପାଇବା ପାଇଁ ହାତ ଗୁଞ୍ଜା ନଦେଲେ ମିଳୁ ନଥିବା ଅଭିଯୋଗ ହୋଇଛି।
ଜନ୍ମ ପ୍ରମାଣ ପତ୍ର ପାଇଁ ସାତ ସହରୁ ହଜାରେ ଟଙ୍କା ହାତ ଗୁଞ୍ଜା ଦେବାକୁ ପଡୁଛି ବୋଲି ସଡାବାଡ଼ି ଗାଁର ଅନାମ
ବିଡ଼ିକା,ଦଶମତି ପ୍ରାଶାକା,ସତାରାଉ ମାଣ୍ଡିଙ୍ଗା,ପୁଟୁଗାଁ ରୁ କୁମାର ସ୍ଵାମୀ ଜାକାକା,ଲେଡିଙ୍ଗୀ ଗାଁର ସୁରେନ୍ଦ୍ର ତାଡିଙ୍ଗୀ, ବି.ଗୁଋଷି ଗାଁର କୁରୁମା ମାଣ୍ଡିଙ୍ଗା,ଲାଚା ମିଣ୍ୟାକା ଓ ଡୁମାଡଙ୍ଗର ଗାଁର ରାଉତ ମିଣ୍ୟାକା ପ୍ରଭୁତି କହିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକା, ବିଡ଼ିଓ ଆକାଶ ପଟ୍ଟନାୟକ,ଭାର ପ୍ରାପ୍ତ ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଡ଼ା ରଶ୍ମି ରଞ୍ଜନ ସାମଲଙ୍କୁ ମଧ୍ୟ ଜଣାଇଛନ୍ତି।ଯଦ୍ୱାରା ଅଧିକାଂସ ଗରିବ ଆଦିବାସି ଲୋକଙ୍କ ପିଲା ଛୁଆ ପାଠ ପଢିବା ପାଇଁ ଆଶ୍ରମ କିମ୍ବା ଗାଁ ସ୍କୁଲ ଗୁଡିକରେ ନାମ ଲେଖାଇବାକୁ ଗଲେ ଜନ୍ମ ପ୍ରମାଣ ପତ୍ର ନଥିବାରୁ ନାମ ଲେଖା ହେଇ ପାରୁନି।ଆଗରୁ ଜୋଉ ମାନଙ୍କ ନାମ ଲେଖା ହେଇଚି ସେମାନଙ୍କ ଜନ୍ମ ପ୍ରମାଣ ପତ୍ର ଏବେ ବିଦ୍ୟାଳୟ ତରଫରୁ ମଗା ଜାଉଛି ନଦେଲେ ପିଲାଙ୍କୁ କାଢି ଦିଆଜିବ ବୋଲି ଧମକ ମିଳୁଛି ।ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଗଲେ ସ୍ଵାସ୍ଥ୍ୟ କେନ୍ଦ୍ରରେ ଜନ୍ମୀତ ପିଲାଙ୍କୁହିଁ ଜନ୍ମ ପ୍ରମାଣ ପତ୍ର ମିଳିବ ନିଜ ଘରେ ଜନ୍ମ ହୋଇଥିବା ପିଲାଙ୍କୁ ମିଳିବନି ସେଥି ଲାଗି ଅଧିକ ପଇସା ଲାଗିବ ବୋଲି କହି ଫେରାଇ ଦିଆ ଜାଉଛି।ବର୍ତମାନ ଏହାକୁ ନେଇ ଅଞ୍ଚଳବାସି ଚିନ୍ତାରେ ପଡିଛନ୍ତି।ତେଣୁ ଏହାର ସମାଧାନ ବାଟ ନକାଢିଲେ ଆଗକୁ ଆନ୍ଦୋଳନ ପାଇଁ ଲୋକେ ଧମକ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ