Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲିସ ଏଏସଆଇ ଙ୍କୁ ମାଡ ମାରିବା ଘଟଣାରେ ପୁଲିସର ରାତି ସାରା ଚଢାଉ; ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଲ ଗ୍ରାମକୁ ସିଭିଲ ଡ୍ରେସ ଯୋଗେ ତଦନ୍ତରେ ଯାଇଥିବା ଜଣେ ପୋଲିସ ଏଏସଆଇ ଙ୍କୁ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଉକ୍ତ ଅଫିସର ଙ୍କୁ ଗୋଡାଇ ଗୋଡାଇ ମାଡ ମାରିଥିଲେ। ଏନେଇ ସୁବଳୟା ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଚଢାଉ ଯୋରଦାର କରିଛି। ଗତ ବିଳମ୍ଵିତ ରାତ୍ରିରେ ଉକ୍ତ ଗ୍ରାମରେ ଚଢାଉ କରି ଗ୍ରାମର ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇଜଣ ବ୍ୟକ୍ତି ହେଲେ ପୁରୁଷୋତ୍ତମ ସାହୁ(୬୦) ଓ ବେଳାରସେନ ହାତୀ ଙ୍କ ପୁଅ ବନମାଳୀ ହାତୀ(୨୨) ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି। ଉଭୟ ଙ୍କୁ ଶୋଇଥିବା ବେଳେ ତାଙ୍କ ଘରୁ ପୋଲିସ ଗିରଫ କରିଛି। ଜାମିନ ନାମାଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଯାଇଛି।ସୁଚନାମତେ ସୁବଳୟା ଥାନା ତିଲେଇମାଲ ଗ୍ରାମରେ ଗଛ କଟା କୁ କେନ୍ଦ୍ର କରି ଗ୍ରାମର ଦୁଇ ଭାଇ ସୁବାସ ପଧାନ ଓ ରତ୍ନମଣି ପଧାନ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ସୁବଳୟା ଥାନାରେ କେସ ନଂ ୮୦/୨୩ ଓ ୮୧/୨୩ ର ଦୁଇଟି ମାମଲା ରୁଜୁ ହୋଇଥିଲା । ଅଭିଯୋଗର ପରଦିନ ତିଲେଇମାଲ କୁ ତଦନ୍ତ ପାଇଁ ସୁବଳୟା ଥାନାର ଜଣେ ଏଏସଆଇ ଗୌରହରୀ ମେହେର ଓ ଗ୍ରାମରକ୍ଷୀ ରବୀଚନ୍ଦ୍ର ବିଭାର ଯାଇଥିଲେ। କଟା ଯାଇଥିବା ସାଗୁଆନ କାଠ ଗଣ୍ଡି କୁ ପୋଲିସ ଜବତ କରି ସେମାନଙ୍କ ବାପା କୁ ଜିମାରେ ଦେଇଥିଲେ।ମାତ୍ର ରତ୍ନମଣି ଓ ସୁବାସ ମଧ୍ୟରେ ଗଣ୍ଡଗୋଳ ହୋଇଥିବାରୁ ଏବଂ ସୁବସ ପାଖରେ ତାଙ୍କ ବାପା ରହୁଥିବାରୁ ଗ୍ରାମବାସୀ ଜବତ ସାଗୁଆନ କାଠ ଗଣ୍ଡି କୁ ନିରପେକ୍ଷ ସ୍ଥାନରେ ଜିମାରେ ଦେବା ପାଇଁ କହିଥିଲେ। ମାତ୍ର ପୋଲିସ କୌଣସି କଥା ନ ଶୁଣି ଓଲଟା ଗାଳିଗୁଲଜ କରିଥିବା ଗ୍ରାମବସୀ ଅଭିଯୋଗ କରିଥିଲେ । ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ଏଏସଆଇ ଗୌରହରୀ ମେହେର ଙ୍କୁ ଗୋଡାଇ ଗୋଡାଇ ମାଡ ମାରିଥିଲେ। ଖବର ପାଇ ସୁବଳୟା ଭାରପ୍ରାପ୍ତ ଥାନା ଅଧିକାରୀ ଦିପ୍ତି ରଞ୍ଜନ ଦିଗାଲ ଙ୍କ ନେତୃତ୍ବରେ ଏକ ପୋଲିସ ଫୋର୍ସ ଆସି ଏଏସଆଇ ମେହେର ଙ୍କୁ ଉଦ୍ଧାର କରିଥିଲେ। ପରେ ଦିପ୍ତି ରଞ୍ଜନ ଦିଗାଲ ଅସଦାଚରଣ କରିଥିବା ନେଇ ରତ୍ନମଣି ଙ୍କ ସ୍ତ୍ରୀ ବୀରମହାରାଜପୁର ଏସଡିପିଓ ଏବଂ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଅଭିଯୋଗ କରିଥିଲେ। ଜଣେ କର୍ତ୍ତବ୍ୟରତ ପୋଲିସ ଏଏସଆଇ ଙ୍କୁ ଆକ୍ରମଣ କରି ମାଡ ମାରିବା ଅଭିଯୋଗରେ ଗ୍ରାମର ନେପୁର ପଧାନ, ମହାଦେବ ସାହୁ, ପ୍ରଫୁଲ୍ଲ ସାହୁ, ଦୁର୍ଗାପ୍ରସାଦ ପଧାନ,ରାଘବ ସାହୁ, ବାଦଲ ପଧାନ, ବେଲାରସେନ ହାତୀ ଙ୍କ ସମେତ ଅନ୍ୟାନ୍ୟ ଗ୍ରାମବାସୀ ଙ୍କ ନାମରେ ପୁଲିସ ମାମଲା ରୁଜୁ କରିଥିଲା। ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ ପାଇଁ ଗ୍ରାମକୁ ଯାଇଥିବା ବେଳେ ଗିରଫ ଭୟରେ ଗ୍ରାମ ପୁରୁଷଶୂନ୍ୟ ହୋଇ ପଡିଥିଲା। ମାତ୍ର ଗତ ବିଳମ୍ବିତ ରାତିରେ ବୀରମହାରାଜପୁର ଏସଡିପିଓ ଡୋଳାମଣୀ ଭୋଇ ଙ୍କ ନେତୃତ୍ବରେ ବୀରମହାରାଜପୁର ଥାନା ଅଧିକାରିଣୀ ପଦ୍ମାସିନୀ ମେହେର, ସୁବଳୟା ଥାନାର ଏସଆଇ ଦିପ୍ତି ରଞ୍ଜନ ଦିଗାଲ ଙ୍କ ସେମତ ପୋଲିସ ଫୋର୍ସ ଯାଇ ରାତି ତାମାମ ଚଢାଉ କରିଥିଲେ। ଚଢାଉ ବେଳେ ଗ୍ରାମର ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଘଟଣାରେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ରହିଛନ୍ତି। ଏନେଇ ବୀରମହାରାଜପୁର ଏସଡିପିଓ ଡୋଳାମଣି ଭୋଇ ଙ୍କୁ ପଚାରିବାରୁ ଚଢାଉ ଜାରି ରହିଛି, ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।